କାଲି ବି ବର୍ଷା ସମ୍ଭାବନା, ତାପମାତ୍ର ୨ରୁ ୪ ଡିଗ୍ରୀ କମିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷା ଓ କାଳବୈଶାଖୀ ହୋଇଛି। ଫଳରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରାରେ ହ୍ରାସ ଘଟିଛି। ଆଗାମୀ ୪ରୁ ୫ ଦିନ ଧରି ଏଭଳି ପାଗ ଲାଗି ରହିବ ଓ ତାପମାତ୍ରାରେ ସେତେଟା ବୃଦ୍ଧି ଘଟିବନାହିଁ। ଆସନ୍ତାକାଲି ମଧ୍ୟ ଦିନର ସର୍ବୋଚ୍ଚ ତାପମାତ୍ର ୨ରୁ ୪ ଡିଗ୍ରୀ ହ୍ରାସ ପାଇବ। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାର ଏକାଧିକ ଜିଲ୍ଲାରେ ଏପରି ପାଗ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି। […]

weather

weather

Manoranjan Sial
  • Published: Thursday, 22 April 2021
  • Updated: 22 April 2021, 08:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷା ଓ କାଳବୈଶାଖୀ ହୋଇଛି। ଫଳରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରାରେ ହ୍ରାସ ଘଟିଛି। ଆଗାମୀ ୪ରୁ ୫ ଦିନ ଧରି ଏଭଳି ପାଗ ଲାଗି ରହିବ ଓ ତାପମାତ୍ରାରେ ସେତେଟା ବୃଦ୍ଧି ଘଟିବନାହିଁ। ଆସନ୍ତାକାଲି ମଧ୍ୟ ଦିନର ସର୍ବୋଚ୍ଚ ତାପମାତ୍ର ୨ରୁ ୪ ଡିଗ୍ରୀ ହ୍ରାସ ପାଇବ। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାର ଏକାଧିକ ଜିଲ୍ଲାରେ ଏପରି ପାଗ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି।

ଆଇଏମ୍‌ଡି ପକ୍ଷରୁ ଜାରୀ ବୁଲେଟିଂରେ କୁହାଯାଇଛି, ଉପକୂଳ ଓଡ଼ିଶାରେ ଆଜି ବର୍ଷା ଯୋଗୁ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇଥିଲା। ତେବେ ଆସନ୍ତାକାଲି ଦିନର ସର୍ବୋଚ୍ଚ ତାପାମାତ୍ର ପୁଣି ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ। ଏହା ବ୍ୟତୀତ ଓଡ଼ିଶାର ଏକାଧିକ ଅଞ୍ଚଳରେ ଆସନ୍ତା ୪୮ ଘଣ୍ଟା ଭିତରେ କାଳବୈଶାଖୀ ଓ ବଜ୍ରପାତର ଆଶଙ୍କା ଥିବା ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଆଇଏମ୍‌ଡିର ପୂର୍ବାନୁମାନ ଅନୁସାରେ ଶୁକ୍ରବାର ସକାଳ ୮.୩୦ ଯାଏ ବାଲେଶ୍ୱର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଜଗପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଅନୁଗୋଳ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ କାଳବୈଶାଖୀର ଆଶଙ୍କା ରହିଛି।

https://twitter.com/mcbbsr/status/1385162558294794242?s=20

କାଳବୈଶାଖୀ ସହ ବଜ୍ରପାତ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି।

ଶୁକ୍ରବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ କାଳବୈଶାଖୀ  ହେବ। ସେଥିପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଶନିବାର କୋରାପୁଟ, ଗଜପତି, ଗଞ୍ଜାମ, ମାଲକାନଗିରି, ରାୟଗଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥି ସହିତ କାଳବୈଶାଖୀ ମଧ୍ୟ ହେବାର ଆଶଙ୍କା ରହିଛି।

ରବିବାର ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ବର୍ଷା ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି।

ସେହିପରି ସୋମବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି,  ଗଞ୍ଜାମ, ନବରଙ୍ଗପୁର, ପୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ବର୍ଷା ସହ କାଳବୈଶାଖୀ ହେବାର ସମ୍ଭାବନା ଥିବା ଆଇଏମ୍‌ଡି ପୂର୍ବାନୁମାନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos