ଚାଲିଗଲେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ବିଜୟଶ୍ରୀଙ୍କ ନିକଟ ସଂପର୍କୀୟଙ୍କ ସୂଚନା ଦେଇଛନ୍ତି। ଉକ୍ତ ହସ୍ପିଟାଲ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି। ମାସେ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ ସେ। ଜ୍ୱରରେ ପୀଡ଼ିତ ହେବା ପରେ କରୋନା ଟେଷ୍ଟ କରିବାରୁ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଶ୍ରୀ ରାଉତରାୟ ଭୁବନେଶ୍ୱରସ୍ଥିତ ଏକ ଘରୋଇ […]

minster

minster

Tapas Behera
  • Published: Wednesday, 02 June 2021
  • Updated: 02 June 2021, 07:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ବିଜୟଶ୍ରୀଙ୍କ ନିକଟ ସଂପର୍କୀୟଙ୍କ ସୂଚନା ଦେଇଛନ୍ତି।

ଉକ୍ତ ହସ୍ପିଟାଲ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି। ମାସେ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ ସେ। ଜ୍ୱରରେ ପୀଡ଼ିତ ହେବା ପରେ କରୋନା ଟେଷ୍ଟ କରିବାରୁ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଶ୍ରୀ ରାଉତରାୟ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ।

ଶ୍ରୀ ରାଉତରାୟଙ୍କ ଆରୋଗ୍ୟ କାମନା କରି ବାଲିମେଦସ୍ଥିତ ମା ଭେଡା ନାୟକାଣୀ ମନ୍ଦିର ଓ ସ୍ଥାନୀୟ ଗୁଡସ୍ଥିତ ବଳଦେବ ଜିଉ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ତେବେ କୋଭିଡ଼ରୁ ସେ ଆରୋଗ୍ୟ ହୋଇଥିଲେ ମଧ୍ୟ ଏହାର ପରବର୍ତ୍ତୀ ଜଟିଳତା ଯୋଗୁଁ ଚିକିତ୍ସାଧୀନ ଥିଲେ। ଆଜି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଠାରୁ ଆରମ୍ଭ କରି  ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ ହେଉଛନ୍ତି ବିଜୟଶ୍ରୀ। ବାସୁଦେବପୁର ନିର୍ବାଚନ ମଣ୍ଡଳିରୁ ୬ ଥର ଜିତିଥିଲେ ବିଜୟଶ୍ରୀ। ନବୀନ ସରକାରରେ ସେ ଏକାଧିକ ବିଭାଗର ମନ୍ତ୍ରୀ ଥିଲେ । ସ୍ୱାସ୍ଥ୍ୟ, ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଥିଲେ ବିଜୟଶ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos