SDG ତାଲିକା: ୨୩ରୁ ୧୫ତମ ସ୍ଥାନକୁ ଡେଇଁଲା ଓଡ଼ିଶା

ଭୁବେନଶ୍ୱର (ଓଡ଼ିଶା ରିପୋର୍ଟର) : ସଷ୍ଟେନେବଲ୍‌  ଡେଭଲପମେଣ୍ଟ୍ ବା ଧାରଣକ୍ଷମ ବିକାଶ କ୍ଷେତ୍ର (SDG)ରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି। ନୀତି ଆୟୋଗ ରିପୋର୍ଟରେ ପ୍ରକାଶିତ ଏହି SDG ତାଲିକାରେ ଓଡ଼ିଶା ୨୩ରୁ ୧୫ ତମ ସ୍ଥାନକୁ ଡେଇଁଛି । ପୂର୍ବରୁ ରାଜ୍ୟର ସ୍କୋର୍ ୫୧ ଥିବା ବେଳେ ଚଳିତ ରିପୋର୍ଟରେ ଏହା ୫୮କୁ ବଢ଼ିଛି । ଉତ୍ତରପ୍ରଦେଶ ଓ ସିକ୍କିମ ସହ ୩ଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭିତରେ ଓଡ଼ିଶା ଥିଲେ ମଧ୍ୟ ଏହା ଦାରିଦ୍ର୍ୟ […]

niti-1

Niharika Rout
  • Published: Tuesday, 31 December 2019
  • , Updated: 31 December 2019, 01:06 PM IST

ଭୁବେନଶ୍ୱର (ଓଡ଼ିଶା ରିପୋର୍ଟର) : ସଷ୍ଟେନେବଲ୍‌  ଡେଭଲପମେଣ୍ଟ୍ ବା ଧାରଣକ୍ଷମ ବିକାଶ କ୍ଷେତ୍ର (SDG)ରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି। ନୀତି ଆୟୋଗ ରିପୋର୍ଟରେ ପ୍ରକାଶିତ ଏହି SDG ତାଲିକାରେ ଓଡ଼ିଶା ୨୩ରୁ ୧୫ ତମ ସ୍ଥାନକୁ ଡେଇଁଛି ।

ପୂର୍ବରୁ ରାଜ୍ୟର ସ୍କୋର୍ ୫୧ ଥିବା ବେଳେ ଚଳିତ ରିପୋର୍ଟରେ ଏହା ୫୮କୁ ବଢ଼ିଛି । ଉତ୍ତରପ୍ରଦେଶ ଓ ସିକ୍କିମ ସହ ୩ଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭିତରେ ଓଡ଼ିଶା ଥିଲେ ମଧ୍ୟ ଏହା ଦାରିଦ୍ର୍ୟ ଦୂରୀକରଣ, ଅନାହାର ଦୂରୀକରଣ, ଗୁଣାତ୍ମକ ଶିକ୍ଷା ଓ ଲିଙ୍ଗ ସମାନତା କ୍ଷେତ୍ରରେ ବହୁ ପଛରେ ରହିଛି ।

ତେବେ ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟରେ ବିକାଶ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି । SDG ତାଲିକାରେ କେରଳ ଶୀର୍ଷ ସ୍ଥାନରେ ଥିବା ବେଳେ ବିହାର ସବୁଠୁ ତଳେ ରହିଛି। ଝାଡଖଣ୍ଡ ଏବଂ ଅରୁଣାଚଳପ ପ୍ରଦେଶର ପ୍ରଦର୍ଶନ ମଧ୍ୟ ବହୁତ ଖରାପ ରହିଛି।

Related story