ଓଡ଼ିଶାର ରସଗୋଲା ବିଜୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରସଗୋଲା ବିବାଦରେ ଓଡ଼ିଶା ମୁହଁ ମିଠା । ଶେଷରେ ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍। ଫଳରେ ଦୀର୍ଘଦିନ ଧରି ରସଗୋଲାର ଉତ୍ପତିସ୍ଥଳକୁ ନେଇ ପଶ୍ଚିମବଙ୍ଗ ଯେଉଁ ମୁହଁ ଫୁଟାଣି ଦେଖାଇ ଆସୁଥିଲା ସେଥିରେ ତାକୁ ଶକ୍ତ ଝଟ୍‌କା ଲାଗିଛି । ବଳିଷ୍ଠ ସାଂସ୍କୃତିକ ଓ ପ୍ରାମାଣିତ ତଥ୍ୟ ଆଧାରରେ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ପରେ ଖୁସି ହୋଇଛନ୍ତି କୋଟି କୋଟି ଓଡ଼ିଆ ତଞ୍ଚକତା କରି ୨ ବର୍ଷ ତଳେ ଓଡ଼ିଶାଠାରୁ ରସଗୋଲାର […]

rosgula

rosgula

Tapas Behera
  • Published: Monday, 29 July 2019
  • Updated: 29 July 2019, 09:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରସଗୋଲା ବିବାଦରେ ଓଡ଼ିଶା ମୁହଁ ମିଠା । ଶେଷରେ ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍। ଫଳରେ ଦୀର୍ଘଦିନ ଧରି ରସଗୋଲାର ଉତ୍ପତିସ୍ଥଳକୁ ନେଇ ପଶ୍ଚିମବଙ୍ଗ ଯେଉଁ ମୁହଁ ଫୁଟାଣି ଦେଖାଇ ଆସୁଥିଲା ସେଥିରେ ତାକୁ ଶକ୍ତ ଝଟ୍‌କା ଲାଗିଛି । ବଳିଷ୍ଠ ସାଂସ୍କୃତିକ ଓ ପ୍ରାମାଣିତ ତଥ୍ୟ ଆଧାରରେ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ପରେ ଖୁସି ହୋଇଛନ୍ତି କୋଟି କୋଟି ଓଡ଼ିଆ

ତଞ୍ଚକତା କରି ୨ ବର୍ଷ ତଳେ ଓଡ଼ିଶାଠାରୁ ରସଗୋଲାର ଜିଆଇ ଟ୍ୟାଗ୍ ଛଡ଼ାଇ ନେଇ ମନେ ମନେ ପାଟି ମିଠା କରୁଥିବା ପଶ୍ଚିମବଙ୍ଗର ଏବେ ମୁହଁ ଖଟା ହୋଇଯାଇଛି ।

କାରଣ ଏ ସ୍ୱାଦିଷ୍ଟ ମିଷ୍ଟାନ୍ନର ପ୍ରକୃତ ଉତ୍ପତିସ୍ଥଳ ଏବଂ ସଂସ୍କୃତି ଓ ପରମ୍ପରାଗତ ସଂପର୍କର ବଳିଷ୍ଠ ପ୍ରମାଣ ପାଇବା ପରେ ଶେଷରେ ଭାରତ ସରକାରଙ୍କ ଜି‌ଆଇ ରେଜିଷ୍ଟ୍ରେସନ  ପକ୍ଷରୁ ମିଳିଛି ମାନ୍ୟତା। ଚେନ୍ନାଇସ୍ଥିତ ଜିଆଇ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗର୍ବ କରୁଛନ୍ତି ପ୍ରତିଟି ‌ଓଡ଼ିଆ। ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ମାନ୍ୟତା ଲାଗି ଓଡ଼ିଶାର ଉଦ୍ୟମ ବି ବେଶ୍ ପୁରୁଣା। ୨୦୧୫ରେ ପ୍ରଥମେ ରାଜ୍ୟ ସରକାର ପାହାଳ ରସଗୋଲାକୁ ଜିଆଇ ଟ୍ୟାଗ୍ ମାନ୍ୟତା ଲାଗି ଆବେଦନ କରିଥିଲେ।

ହେଲେ ପରେ ତାହା ଓଡ଼ିଶା ରସଗୋଲାକୁ ରୂପାନ୍ତରିତ ହୋଇଥିଲା। ରସଗୋଲାର ଉତ୍ପତିସ୍ଥଳକୁ ନେଇ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ଲଢ଼େଇ ଶୀର୍ଷସ୍ତରରେ ଥିବାବେଳେ ହଠାତ୍ ସମସ୍ତଙ୍କୁ ଚମକାଇ ୨୦୧୭ ମସିହା ନଭେମ୍ବର ୧୪ରେ ରସଗୋଲାକୁ ମିଳିଯାଇଥିଲା ପଶ୍ଚିମବଙ୍ଗ ଜିଆଇ ଟ୍ୟାଗ୍ । ହେଲେ ତାସତ୍ତ୍ୱେ ବି ହାର ମାନିନଥିଲା ଓଡ଼ିଶା । ପ୍ରାଚୀନ ଦାଣ୍ଡି ରାମାୟଣରେ ବର୍ଣ୍ଣିତ ରସଗୋଲାର ଗାଥା ସାଙ୍ଗକୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସହ ଏସୁସ୍ୱାଦୁ ବ୍ୟଞ୍ଜନର ଗଭୀର ସଂପର୍କକୁ ନେଇ ଏମ୍ଏସ୍ଏମ୍ଇ ବିଭାଗ ତଥ୍ୟଭିତ୍ତିକ ପ୍ରମାଣ ଉପସ୍ଥାପନ କରି ଶେଷରେ ସଫଳତା ପାଇଛି। ତେବେ ରାଜ୍ୟ ସରକାରଙ୍କ ଅବହେଳାରୁ ଏଥିରେ ବିଳମ୍ବ ଘଟିଲା ବୋଲି ବିରୋଧୀ ଅଭିଯୋଗ କରିଥିବାବେଳେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ଆମ ପାଇଁ ଗୌରବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story