ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାରେ ୪ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହିମାମଲାରେ ଆଜି କଲେ ରାଜ୍ୟ ମାନବାଧିକାର କମିଶନ (OHRC) ରିପୋର୍ଟ ତଲବ କରିଛନ୍ତି। କମିଶନ ନିଜ ଆଡ଼ୁ ମାମଲା ରୁଜୁ କରିବା ସହ ମାଲକାନଗିରି ଏସ୍ପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ମାର୍ଚ୍ଚ ୩୦ ତାରିଖ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାରୁ ପ୍ରକାଶ, ଗତ ୧୨ ତାରିଖରେ ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଗୋଟିଏ ଘରୁ ଚୋରି ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ୪ ଜଣ ନାବାଳକକୁ ଘରୁ ଉଠାଇ ଆଣି ନିର୍ଧୁମ ଛେଚିଥିବା ଅଭିଯୋଗ ହୋଇଥିଲା। ସେମାନଙ୍କୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହଜାର କରିବା ପରିବର୍ତ୍ତେ ଥାନାରେ ୩ ଦିନ ଧରି ରଖି ବିଦ୍ୟୁତ ସକ୍ ଦିଆଯାଉଥିବା ଅଭିଯୋଗ ହୋଇଛି। ଏନେଇ ନାବାଳକମାନଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍; ୪ ଯୁବତୀ ଉଦ୍ଧାର
ଖଣ୍ଡଗିରିରେ ଦୀର୍ଘ ଦିନ ଧରି ଚାଲିଥିଲା ସେକ୍ସ ରାକେଟ। ନୟାଗଡ଼ ଅଞ୍ଚଳର ଜଣେ ମହିଳା ଘର ଭଡ଼ା ନେଇ ୪ ଯୁବତୀଙ୍କୁ ରଖି ଦେହ ବେପାର କାମରେ ନିୟୋଜିତ କରୁଥିଲେ।
Crime
କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତା ଗିରଫ
୩ଟି ବହୁତଳ କୋଠା, ୨ଟି ଫ୍ଲାଟ୍ ଓ ୧୪ଟି ପ୍ଲଟ ସହିତ ଅନ୍ୟାନ୍ୟ ସଂପତ୍ତି ଅଛି ଏହି ଖଣି ଅଧିକାରୀଙ୍କର।
Crime
ନିଜେ ରଚିଥିଲେ ନିଜ ହତ୍ୟା ନାଟକ; ୩ ମାସ ପରେ ମାଡ଼ି ବସିଲା ପୁଲିସ୍
ରୋଜଗାରଠୁ ବଳିଗଲା ଖର୍ଚ୍ଚ। ଠିକ୍ ସମୟରେ ଦେଇ ହେଲାନି କିସ୍ତି ଟଙ୍କା। ଏଥିସହ ସବୁବେଳେ ଅପଦସ୍ଥ ହେବାକୁ ବି ଭଲ ଲାଗିଲାନି। ତେଣୁ ଏଥିରେ ଯବନିକା ପକାଇବାକୁ ମାଇକ୍ରୋ ଫାଇନାନ୍ସ କର୍ମଚାରୀଜଣକ କଲେ ସାଂଘାତିକ ଷଡଯନ୍ତ୍ର ।
Politics
‘୧୫ ଦିନରେ ସରିବ ସୁଭଦ୍ରା ଯାଞ୍ଚ; ଯୋଗ୍ୟ ମହିଳା ପାଇବେ ଟଙ୍କା’
୨୧ ବର୍ଷ ପୂରିଥିଲ ‘ସୁଭଦ୍ରା’ ଆବେଦନ କରିପାରିବେ। ଯେଉଁମାନଙ୍କର ଏହି ମାସରେ ୨୧ ବର୍ଷ ପୂରିଥିବ ସେ ବି ସୁଭଦ୍ରା ପାଇଁ ଆବେଦନ କରି ପାରିବେ। ଆବେଦନ କଲେ ସୁଭଦ୍ରା ଟଙ୍କା ପାଇପାରିବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ।
Crime
ଝିଅ ମୃତ୍ୟୁ ପରେ ମୁଣ୍ଡ ପିଟୁଛି ମା’; କହିଲା- ଯିଏ ନେଇଥିଲା, ସିଏ ଆସିଲେ ଉଠିବ ମୃତଦେହ
‘ମୋ’ ଝିଅ ୮ ମାସ ହେବ ଘରୁ ଚାଲି ଯାଇଥିଲା। ଗାଁର ଜଣେ ଯୁବକ ତାକୁ ନେଇ ଯାଇଥିଲା। ମାତ୍ର ଏବେ ତା’ ମୃତଦେହ ପାଇଲୁ। ତେଣୁ ସେ ଯାହା ସହ ଯାଇଥିଲା, ସେ ନ ଆସିବା ପର୍ଯ୍ୟନ୍ତ ଝିଅର ଶବ ପଡ଼ି ରହିବ ।’