ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରମା ବାହାଲ ନିକଟରେ IOCL ପାଇପ୍ ଲାଇନରେ ଫାଟ ହୋଇଥିବା ଦେଖିବାକୁ ମିଳିଥିଲା। ଫଳରେ ଉକ୍ତ ଅଞ୍ଚଳରେ ପ୍ରବଳ ମାତ୍ରାରେ ତେଲ ଲିକ୍ ହୋଇଥିଲା। ତେବେ ତେଲ ନେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ଲାଗିଥିଲା। ଏମିତିକି ଲୋକେ ଛୋଟ ବାସନ ଠାରୁ ଆରମ୍ଭ କରି ବଡ ଡ୍ରମ ପର୍ଯ୍ୟନ୍ତ ଯିଏ ଯେମିତି ପାରିଲା ଲୋକେ ତେଲ ବୋହି ନେଇଥିଲେ।
ଖବର ପାଇ ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି। କୌଣସି ଅପ୍ରତିକର ସ୍ଥିତିକୁ ଏଡାଇବା ପାଇଁ ଘଟଣା ସ୍ଥଳରେ ଦମକଳ ବାହିନୀ ଉପସ୍ଥିତ ରହିଛି। IOCLର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାଇପ ଲାଇନକୁ ଯୋଡିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।
ତେଲ ଚୋରି କରିବା ଉଦ୍ଦେଶ୍ୟରେ ଗତକାଲି କିଛି ଦୁର୍ବୃତ୍ତ ପାଇପ ଲାଇନ୍କୁ କାଟି ଦେଇଥିବା କୁହାଯାଉଛି। ପାଇପ ଲାଇନଟି ପାରାଦୀପ ରିଫାଇନାରୀରୁ ରାଞ୍ଚି ଯାଇଛି। ତେବେ କେଉଁ କାରଣରୁ ତେଲ ଲିକ୍ ହୋଇଛି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସଞ୍ଜ ବେଳେ ମହିଳାଙ୍କ ହାତ ଓ ଗୋଡ଼ ବାନ୍ଧି ଘରୁ ନେଇ ଗଲେ ୨୦ ଲକ୍ଷ ଟଙ୍କା
ଅମିତାଙ୍କୁ ଲୁଟିବା ପରେ ଆଲମାରୀରେ ଥିବା ୨୦ ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଅଳଙ୍କାର ଧରି ଚମ୍ପଟ ମାରିଥିଲେ। ଆଉ ଗଲା ବେଳେ ବାହାର ପାର୍ଶ୍ୱରୁ କବାଟ ବନ୍ଦ କରିଦେଇଥିଲେ।
Crime
କ’ଣ ପାଇଁ ସଂପୃକ୍ତ ଶିକ୍ଷାନୁଷ୍ଠାନକୁ ଯାଇଥିଲେ ହଂସିକା ଓ ଅନୀଲ?
ଅପରପକ୍ଷେ ଏହି ଠକ ଯୋଡ଼ିଙ୍କ କେଳେଙ୍କାରୀ ରାଜ୍ୟ ବାହାରକୁ ବି ଲମ୍ବିଛି। ଝାଡଖଣ୍ଡର ଇଏସଏଲ ବୋକାରୋ କଂପାନୀ ସହ ଏକ ୩୦୦ କୋଟି ଟଙ୍କାର ଡିଲ୍ ମଧ୍ୟ ସାମ୍ନାକୁ ଆସିଛି। ଆୟକର ବିଭାଗ ଏସବୁ ତଥ୍ୟ ପାଇବା ପରେ ଖୋଳତାଡ ଚଳାଇଛି।
Politics
ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବା ପରେ କ’ଣ ଫାଇଦା ମିଳିବ? ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ପ୍ରାୟ ୩୦ ହଜାର ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ।
Crime
ବାଘ ମାରି ଖାଇଥିଲେ, ବାସନ୍ଦ ହେଲେ ୪ ପରିବାର
ବନ ବିଭାଗ ଏ ସମ୍ପର୍କରେ ଜାଣିପାରି ଜଗବନ୍ଧୁଙ୍କୁ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ଏବେ ତାଙ୍କର ଚିକିତ୍ସା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଉଛି। ଗିରଫ ବେଳେ ୩ ଅଭିଯୁକ୍ତ ବାଘ ଶିକାର କରି ଖାଇଥିବା ସ୍ୱୀକାର କରିଥିଲେ।
Crime
ଅଫିସ୍ରେ ମାତାଲ RI କହୁଛନ୍ତି- ମୋଦି ମୋର ଫ୍ରେଣ୍ଡ, ଚାହିଁଲେ ପ୍ରଧାନମନ୍ତ୍ରୀ ହୋଇଯିବି
ଖଜଣା ଦେଇ ପାଉତି କାଟିଲେ ଚାଷୀମାନେ ଫସଲ କ୍ଷୟକ୍ଷତି ପାଇଁ ଆବେଦନ କରିବେ। ହେଲେ ଦୁର୍ଭାଗ୍ୟର ବିଷୟ ବୌଲାଙ୍ଗ ଆର୍ଆଇ ଅଫିସ୍ରେ ନାହାଁନ୍ତି। ତେଣୁ ଚାଷୀମାନେ ପଟା ଓ ପାଉତି ଧରି ଆର୍ଆଇ ଅଫିସ୍ ଆଗରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିଲେ।