ଅକ୍ଟୋବର ୧୨ରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଅକ୍ଟୋବର ୧୨ରୁ ୧୯ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ମେ’ ପ୍ରଥମ ସପ୍ତାହରେ ହେବାକୁ ଥିବା ଓଜେଇଇ ପରୀକ୍ଷାକୁ ଘୁଂଚାଇ ଦିଆଯାଇଥିଲା। ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଚନ୍ତି ଯେ,ରାଜ୍ୟର ମୋଟ ୫୩ଟି ସେଣ୍ଟରରେ ଓଜେଇଇ ପରୀକ୍ଷା ହେବ। ରାଜ୍ୟର ୨୧ଟି ସହରରେ ୫୦ଟି […]

exam-1

Tapas Behera
  • Published: Friday, 18 September 2020
  • , Updated: 18 September 2020, 08:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଅକ୍ଟୋବର ୧୨ରୁ ୧୯ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ମେ’ ପ୍ରଥମ ସପ୍ତାହରେ ହେବାକୁ ଥିବା ଓଜେଇଇ ପରୀକ୍ଷାକୁ ଘୁଂଚାଇ ଦିଆଯାଇଥିଲା।
ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଚନ୍ତି ଯେ,ରାଜ୍ୟର ମୋଟ ୫୩ଟି ସେଣ୍ଟରରେ ଓଜେଇଇ ପରୀକ୍ଷା ହେବ। ରାଜ୍ୟର ୨୧ଟି ସହରରେ ୫୦ଟି କେନ୍ଦ୍ର ଓ ବାହାର ରାଜ୍ୟରେ ୩ଟି ପରୀକ୍ଷା କେନ୍ଦ୍ର ରହିଛି।

୨୦୧୪ ମସିହା ପରଠୁ ରାଜ୍ୟ ବାହାରେ ଓଜେଇଇ ପରୀକ୍ଷା କେନ୍ଦ୍ର ହେଉନଥିଲା। ମାତ୍ର ଚଳିତଥର ରାଂଚି, ପାଟନା ଓ କୋଲାକାତା ସହରରେ ପରୀକ୍ଷା କେନ୍ଦ୍ର ପାଇଁ ଓଜେଇଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଜେଇଇଇର ସମସ୍ତ ପରୀକ୍ଷା କମ୍ପ୍ୟୁଟର ଆଧାରିତ ଟେଷ୍ଟ ହେବ।

ପ୍ରତିଦିନ ପରୀକ୍ଷା ୩ଟି ସିଫ୍ଟରେ କରାଯିବ। ଏହି ସିଫ୍ଟ ଓ ପରୀକ୍ଷା ସଂକ୍ରାନ୍ତ ବିସ୍ତୃତ ତଥ୍ୟ ଓଜେଇଇ ୱେବସାଇଟରେ ଚଳିତମାସ ଶେଷସୁଦ୍ଧା ଉପଲବ୍ଧ କରାଯିବ। ପରୀକ୍ଷାର୍ଥୀମାନେ ନିଜର ପରୀକ୍ଷା କେନ୍ଦ୍ର, ସିଫ୍ଟ ଓ ଆଡମିଟ୍ କାର୍ଡକୁ ଓଜେଇଇ ୱେବସାଇଟରୁ ଡାଉନଲୋଡ୍ କରିପାରିବେ ବୋଲି ଶ୍ରୀ ଚାନ୍ଦ ସୂଚନା ଦେଇଛନ୍ତି।

Related story