୧୦୦ ଫୁଟ ଗଭୀର କୂଅ ଭିତରେ ଖସିପଡ଼ିଲେ ବୃଦ୍ଧା, ଜୀବନ୍ତ ଉଦ୍ଧାର

ପୁରୀ(ଓଡ଼ିଶା ରିପୋର୍ଟର): ୧୦୦ ଫୁଟ ଗଭୀର କୂଅ ଭିତରକୁ ଗଳିପଡ଼ିଲେ ୭୪ବର୍ଷିୟା ବୃଦ୍ଧା। ଅଗ୍ନିଶମ ବାହିନୀ ଖବର ପାଇ ପହଞ୍ଚିବା ପରେ କୂଅ ଭିତରେ ପଶି ଏହି ବୃଦ୍ଧାଙ୍କୁ ଉଦ୍ଧାର କରିଛି। ଆହତ ବୃଦ୍ଧାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ପୁରୀ ସୁଆର ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ଘର ଭିତରେ ଥିବା କୂଅ ଉପରେ ବସିଥିବା ବେଳେ ହରପ୍ରିୟା ମହାପାତ୍ର କୂଅ ଉପରେ ପଡ଼ିଥିବା ଜାଲି ଉପରେ ବସିଥିବା ବେଳେ […]

well

  • Published: Monday, 30 May 2022
  • , Updated: 30 May 2022, 04:50 PM IST

ପୁରୀ(ଓଡ଼ିଶା ରିପୋର୍ଟର): ୧୦୦ ଫୁଟ ଗଭୀର କୂଅ ଭିତରକୁ ଗଳିପଡ଼ିଲେ ୭୪ବର୍ଷିୟା ବୃଦ୍ଧା। ଅଗ୍ନିଶମ ବାହିନୀ ଖବର ପାଇ ପହଞ୍ଚିବା ପରେ କୂଅ ଭିତରେ ପଶି ଏହି ବୃଦ୍ଧାଙ୍କୁ ଉଦ୍ଧାର କରିଛି। ଆହତ ବୃଦ୍ଧାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ପୁରୀ ସୁଆର ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ଘର ଭିତରେ ଥିବା କୂଅ ଉପରେ ବସିଥିବା ବେଳେ ହରପ୍ରିୟା ମହାପାତ୍ର କୂଅ ଉପରେ ପଡ଼ିଥିବା ଜାଲି ଉପରେ ବସିଥିବା ବେଳେ ଭିତରକୁ ଗଳିପଡ଼ିଥିଲେ।

ଏନେଇ ତାଙ୍କ ପୁଅ ମଦନମୋହନ ପ୍ରତିହାରୀ କହିଛନ୍ତି, ସେ ଦେଉଳକୁ ଯାଇଥିବା ବେଳେ ଖବର ପାଇଥିଲେ ଯେ ତାଙ୍କ ମା’ କୂଅ ଭିତରେ ଖସି ପଡ଼ିଛନ୍ତି। ତୁରନ୍ତ ଏନେଇ ସେ ୧୧୨ ନଂରେ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରି ସହାୟତା ମାଗିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ମା’ଙ୍କୁ ଉଦ୍ଧାର କରିଥିଲା। ପାଇଖାନା ଯାଉଥିବା ବେଳେ ମୁଣ୍ଡ ବୁଲାଇ ଦେବାରୁ ମା’  ଘର ଭିତରେ ଥିବା କୂଅ ଉପରେ ବସି ପଡ଼ିଥିବା ଅନୁମେୟ ହେଉଛି। ଦୁର୍ଭାଗ୍ୟକୁ ଜାଲି ଭାଙ୍ଗି ମା’ ଗଭୀର କୂଅ ଭିତରେ ପଡ଼ିଯାଇଛନ୍ତି।

ତେବେ ଏତେ ବଡ଼ କୂଅ ଭିତରେ ଖସିପଡ଼ି ମଧ୍ୟ ବୃଦ୍ଧାଙ୍କୁ ଜୀବିତ ଉଦ୍ଧାର କରିବାରେ ଅଗ୍ନିଶମ ବିଭାଗ ସଫଳ ହେବା ଅଲୋଚନାର ବିଷୟ ହୋଇଛି।

Related story