ବୃଦ୍ଧ ପାଲଟିଲେ ସୁପର ସ୍ପ୍ରେଡର; ୯୫ ଜଣଙ୍କୁ ସଂକ୍ରମିତ କରି ସାରିଲେଣି

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲାରେ ଜଣେ  ବୃଦ୍ଧ ପାଲଟିଲେ ସୁପର ସ୍ପ୍ରେଡର। ତାଙ୍କ ସଂସ୍ପର୍ଶରେ ଆସି ୨ ଦିନ ମଧ୍ୟରେ ୯୫ ଜଣ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ସେକ୍ଟର-୧୬ ଅଞ୍ଚଳର ଜଣେ ୬୬ ବର୍ଷୀୟ ବୃଦ୍ଧ ପଜିଟିଭ ଚିହ୍ନଟ ହେବା ପରେ ଗତ ୨ ତାରିଖରେ ତାଙ୍କୁ ରାଉରକେଲା କୋଭିଡ ହସ୍ପିଟାଲରେ ଭ଼ର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିଲା।  ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ […]

corona-1

Niharika Rout
  • Published: Wednesday, 08 July 2020
  • , Updated: 08 July 2020, 12:31 PM IST

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲାରେ ଜଣେ  ବୃଦ୍ଧ ପାଲଟିଲେ ସୁପର ସ୍ପ୍ରେଡର। ତାଙ୍କ ସଂସ୍ପର୍ଶରେ ଆସି ୨ ଦିନ ମଧ୍ୟରେ ୯୫ ଜଣ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ସେକ୍ଟର-୧୬ ଅଞ୍ଚଳର ଜଣେ ୬୬ ବର୍ଷୀୟ ବୃଦ୍ଧ ପଜିଟିଭ ଚିହ୍ନଟ ହେବା ପରେ ଗତ ୨ ତାରିଖରେ ତାଙ୍କୁ ରାଉରକେଲା କୋଭିଡ ହସ୍ପିଟାଲରେ ଭ଼ର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିଲା।  ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଗତକାଲି ୪୯ ଓ ଆଜି ୪୬ ଆକ୍ରାନ୍ତ ଚିହ୍ନଟ  ହୋଇ ସାରିଲେଣି।

ଏହି ସଂକ୍ରମିତମାନେ ମୁଖ୍ୟତଃ ବାସନ୍ତୀ କଲୋନୀ, ଗୋଲଘର ଅଞ୍ଚଳର ହୋଇଥିବାରୁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହାପରେ ସେଠାକାର ବାସିନ୍ଦାଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ସ୍ୱାବ ସଂଗ୍ରହ କରାଯାଉଛି। ସଂକ୍ରମଣ ନ ବ୍ୟାପିବା ପାଇଁ ଉକ୍ତ ଅଞ୍ଚଳକୁ ସାନିଟାଇଜ କରାଯିବା ସହ ବିଭିନ୍ନ  ପଦକ୍ଷେପ ନିଆଯାଉଛି।

Related story