ବୋହୂ ଆଶା କର୍ମୀ, ଶ୍ୱଶୁରକୁ ଛୁଇଁଲେନି; ବିଡିଓ ଉଠାଇଲେ ମୃତଦେହ

ଅନୁଗୋଳ (ବିରଜା ଦାଶ): ବୋହୂ ଆଶା କର୍ମୀ। ହେଲେ ୪ ଦିନ ଧରି ଘର ଭିତରେ ସଢ଼ୁଥିବା ଶ୍ୱଶୁରକୁ ମେଡିକାଲ୍‌ ନେଲେନାହିଁ। ଏପରିକି ବିଡିଓ ପଠାଇଥିବା ଆମ୍ୱୁଲାନ୍ସରେ ନିଜ ଶ୍ୱଶୁରକୁ ପଠାଇଲେ ନାହିଁ। ଯାହାଫଳରେ ଘରର ଚାରି କାନ୍ଥ ଭିତରେ ବୃଦ୍ଧ ଶ୍ୱଶୁରଙ୍କ ପ୍ରାଣବାୟୁ ଉଡିଗଲା। କରୋନା ବେଳେ ଏପରି ହୃଦୟ ବିଦାରକ ଘଟଣା ଅନୁଗୋଳ ଜିଲ୍ଲାରେ ଘଟିଛି। ସବୁଠାରୁ ଦୁଃଖଦ ଘଟଣା ହେଲା, ଘର ଭିତରେ ମୃତଦେହ ୧୬ ଘଣ୍ଟାରୁ ଅଧିକ ସମୟ ଧରି ପଡ଼ି […]

Angul

Angul

Manoranjan Sial
  • Published: Saturday, 08 May 2021
  • Updated: 08 May 2021, 04:28 PM IST

ଅନୁଗୋଳ (ବିରଜା ଦାଶ): ବୋହୂ ଆଶା କର୍ମୀ। ହେଲେ ୪ ଦିନ ଧରି ଘର ଭିତରେ ସଢ଼ୁଥିବା ଶ୍ୱଶୁରକୁ ମେଡିକାଲ୍‌ ନେଲେନାହିଁ। ଏପରିକି ବିଡିଓ ପଠାଇଥିବା ଆମ୍ୱୁଲାନ୍ସରେ ନିଜ ଶ୍ୱଶୁରକୁ ପଠାଇଲେ ନାହିଁ। ଯାହାଫଳରେ ଘରର ଚାରି କାନ୍ଥ ଭିତରେ ବୃଦ୍ଧ ଶ୍ୱଶୁରଙ୍କ ପ୍ରାଣବାୟୁ ଉଡିଗଲା। କରୋନା ବେଳେ ଏପରି ହୃଦୟ ବିଦାରକ ଘଟଣା ଅନୁଗୋଳ ଜିଲ୍ଲାରେ ଘଟିଛି। ସବୁଠାରୁ ଦୁଃଖଦ ଘଟଣା ହେଲା, ଘର ଭିତରେ ମୃତଦେହ ୧୬ ଘଣ୍ଟାରୁ ଅଧିକ ସମୟ ଧରି ପଡ଼ି ରହିଲା। ପୁଅ, ଆଶା କର୍ମୀ ବୋହୂ ଓ ସାହିପଡିଶା କେହି ମୃତଦେହ ଉଠାଇଲେ ନାହିଁ। ସ୍ଥାନୀୟ ବିଡିଓ ଓ ସରପଞ୍ଚ ବୁଝାସୁଝା କରିବା ପରେ ପୁଅ ତା‘ ଜନ୍ମଦାତାଙ୍କ ମୃତଦେହକୁ ସଂସ୍କାର କରିଥିବା ଜଣାପଡ଼ିଛି।

ପୂରା ଘଟଣା ଏମିତି। ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହି ଗାଁର ଗୋବିନ୍ଦ ମାଝି। ଗତ ୪ ଦିନ ଧରି ତାଙ୍କୁ ଜ୍ୱର ହୋଇଥିଲା।  ଠିକ୍‌ରେ ନିଃଶ୍ୱାସପ୍ରଶ୍ୱାସ ନେଇପାରୁନଥିଲେ। ହେଲେ ତାଙ୍କୁ କରୋନା ହୋଇଛି ବୋଲି ସନ୍ଦେହ କରି ପରିବର ଲୋକେ ମେଡିକାଲ୍‌ ନେଲେନାହିଁ। ଏପରିକି ତାଙ୍କୁ ଛୁଉଁ ନଥିଲେ। ଏ ସମ୍ପର୍କରେ ଖବର ପାଇ ଛେଣ୍ଡିପଦା ବିଡିଓ ସଂଜୟ କୁମାର ଆଚାର୍ଯ୍ୟ ଶୁକ୍ରବାର ସନ୍ଧ୍ୟା ବେଳେ ଗୋବିନ୍ଦଙ୍କୁ ମେଡିକାଲ୍‌ ନେବା ପାଇଁ ଏକ ଆମ୍ୱୁଲାନ୍ସ ପଠାଇଥିଲେ। ହେଲେ ପରିବାର ଲୋକ ସହଯୋଗ ନକରିବାରୁ ଆମ୍ୱୁଲାନ୍ସ ଫେରିଗଲା।

ଆମ୍ୱୁଲାନ୍ସ ଗଲା ପରେ ଅର୍ଥାତ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଗୋବିନ୍ଦଙ୍କର ମୃତ୍ୟୁ ହୋଇଥିଲା। ହେଲେ ମୃତଦେହ ଉଠାଇବାକୁ ପରିବାର ଓ ସାହିପଡ଼ିଶା ଆସିନଥିଲେ। ରାତି ସାରା ଘର ଭିତରେ ପଡି ରହିଲା ମୃତଦେହ। ଗୋବିନ୍ଦଙ୍କ ମୃତ୍ୟୁ ସଂପର୍କରେ ଖବର ପାଇ ଗାଁରେ ପହଞ୍ଚିଥିଲେ ବିଡିଓ ସଞ୍ଜନ କୁମାର ଆଚାର୍ଯ୍ୟ। ମୃତଦେହ ସଂସ୍କାର କରିବାକୁ ଗାଁ ଲୋକଙ୍କୁ ବହୁ ବୁଝାସୁଝା କରିଥିଲେ। ମାତ୍ର କେହି ରାଜି ହୋଇନଥିଲେ। ଦୀର୍ଘ ୧୬ ଘଣ୍ଟା ପରେ ବିଡିଓ ବିଡିଓ, ବାହାଳସାହି ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ମୃତକଙ୍କ ପୁଅ ପିପିଇ କିଟ୍‌ ପିନ୍ଧି ଗୋବିନ୍ଦ ମାଝିଙ୍କ ମୃତଦେହକୁ କାନ୍ଧେଇ ବୋହି ଗାଁ ଶ୍ମଶାନରେ ସଂସ୍କାର କରିଛନ୍ତି।

ସୂଚନାରୁ ପ୍ରକାଶ, ମୃତ ଗୋବିନ୍ଦଙ୍କ ବୋହୂ ହେଉଛନ୍ତି ଜଣେ ଆଶାକର୍ମୀ। ଏହାଛଡ଼ା ତାଙ୍କ ସମ୍ପର୍କୀୟ ଜଣେ ହେଉଛନ୍ତି ଏଏନ୍‌ଏମ୍‌। ଘର ଭିତରେ ଦୁଇ ଦୁଇ ଜଣ କୋଭିଡ୍‌ ଯୋଦ୍ଧା ଥିଲେ ମଧ୍ୟ ଗୋବିନ୍ଦଙ୍କୁ ମେଡିକାଲ୍‌ ନେବାରେ କେହି ସହଯୋଗ କରିନଥିଲେ। ଯଦି କୋଭିଡ୍‌ ଯୋଦ୍ଧାଙ୍କ ମନରେ ଏତେ ଭୟ, ତାହା ହେଲେ ଗାଁ ଲୋକେ କାହିଁକି ଭୟ ନକରିବ କାହିଁକି? ଏନେଇ ଖବର ପ୍ରକାଶ ପାଇବା ପରେ ମୃତ ଗୋବିନ୍ଦଙ୍କ ବୋହୂ(ଆଶା କର୍ମୀ) ଓ ସମ୍ପର୍କୀୟ(ଏଏନ୍‌ଏମ୍‌) ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅନୁଗୋଳ ଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos