ପୁଅ ବିରୋଧରେ ଅଭିଯୋଗ କରିବାକୁ ପତ୍ନୀଙ୍କୁ ଟେକି ଟେକି ନେଇ ଥାନାରେ ପହଞ୍ଚିଲେ ପତି; ଦେଖନ୍ତୁ ଭିଡ଼ିଓ

Ordigital Desk
  • Published: Wednesday, 09 May 2018
  • , Updated: 09 May 2018, 05:59 PM IST
<p>ଜୟପୁର (ଟି.ଗୌରୀଶଙ୍କର): ଯାହାକୁ ବଡ଼ କରିବା ପାଇଁ ବାପା-ମାଆ ନିଜ ଜୀବନର ସବୁଠୁ ମୂଲ୍ୟବାନ ସମୟ ଦେଇଥିଲେ। ଭାବିଥିଲେ, ପୁଅ ବଡ଼ ହେଲେ ବାର୍ଦ୍ଧକ୍ୟ ବେଳେ ଆଶା ବାଡ଼ି ହେବ। ଚାଲି ନପାରିଲେ ହାତ ଚଲାଇ ନେବ। କିନ୍ତୁ ବାପା-ମାଆର ଏହି ଭାବନା ଆଜି ଯନ୍ତ୍ରଣାରେ ପରିଣତ ହୋଇଛି। ଯେଉଁ ପୁଅକୁ ଦୁନିଆରେ ପରିଚୟ ଦେଇଥିଲେ, ସିଏ ଆଜି ନିର୍ଯାତନା ଦେଉଛି। ଚାଲିବୁଲି ପାରୁନଥିବା ନିଜ ମାଆଙ୍କୁ ମାଡ଼ ମାରି ଘରୁ ବାହାର କରିଦେଇଛି। ପୁଅର ନିର୍ଯାତନା ଅସହ୍ୟ ହେବାରୁ ବୃଦ୍ଧ ସ୍ତ୍ରୀକୁ ସ୍ୱାମୀ ହାତରେ ଟେକି ଟେକି ଥାନାକୁ ନେଉଛନ୍ତି। ନ୍ୟାୟ ପାଇଁ ଥାନା ବାବୁଙ୍କୁ ଗୁହାରି କରୁଛନ୍ତି। ଆଜି ଏପରି ହୃଦୟବିଦାୟକ ଘଟଣା କୋରାପୁଟ ଜିଲ୍ଲା କୋଟପାଡ ଥାନା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି।</p> <p>କୁସୁମିଗୁଡା ଗାଁରେ ସୋନୁ ହଳ ଓ ତାଙ୍କ ସ୍ତ୍ରୀ ଲଛମନ୍&zwnj; ହଳ। ଉଭୟ ପୁଅଠାରୁ ଅଲଗା ରହୁଛନ୍ତି। ତେବେ ପୁଅକୁ ନଜଣାଇ ସୋନୁ ବାଡ଼ିରୁ ଗୋଟିଏ ବାଉଁଶ ଗଛ କାଟି ଦେଇଥିଲେ। ଏହାକୁ ନେଇ ବାପ ଓ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ପୁଅ ଉତ୍&zwnj;କ୍ଷିପ୍ତ ହୋଇ ବାପ-ମାଆଙ୍କୁ ବାଡେଇବା ସହ ଘରୁ ତଡି ଦେଇଥିଲା। ଫଳରେ ଉପାୟ ଶୂନ୍ୟ ହୋଇ ସୋନୁ ନିଜ ସ୍ତ୍ରୀକୁ ଦୁଇ ହାତରେ ଟେକି ଟେକି ଆଣି ପହଞ୍ଚିଥିଲେ ଥାନାରେ ପହଞ୍ଚିଥିଲେ। ନ୍ୟାୟ ପାଇଁ ଗୁହାରି କରିଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ସମ୍ପର୍କରେ ଆଲୋଚନା ପାଇଁ ମାଡ଼ ମାରିଥିବା ପୁଅକୁ ଡାକିଥିବା ପୋଲିସ କହିଛି।</p>

Related story