ଧାନ ଖଳାକୁ ଯାଉଥିଲେ, କୂଅ ଭିତରେ ଗଳି ପଡ଼ିଲେ

କାମାକ୍ଷାନଗର( ବିଦ୍ୟାଧର ବରାଳ): ଢେଙ୍କନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କାଦୁଆ ଗାଁରେ ଏକ କୂଅରେ ପଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅନନ୍ତ ଚରଣ ସାହୁ। ଗତକାଲି ରାତିରେ ଚରଣ ଖାଇ ସାରି ଧାନ ଖଳାକୁ ଯାଉଥିବା ସମୟରେ କୂଅରେ ପଡ଼ି ଯାଇଥିଲେ।  ପରିବାର ଲୋକେ ତାଙ୍କୁ ରାତିରେ ଖୋଜାଖୋଜି କରି ପାଇ ନଥିଲେ। ଆଜି ସକାଳେ ତାଙ୍କ ମୃତଦେହ କୂଅରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସ୍‌କୁ ଖବର ଦିଆଯାଇଥିଲା। […]

dead-body

Jyoshna Pradhan
  • Published: Saturday, 21 December 2019
  • , Updated: 21 December 2019, 12:58 PM IST

କାମାକ୍ଷାନଗର( ବିଦ୍ୟାଧର ବରାଳ): ଢେଙ୍କନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କାଦୁଆ ଗାଁରେ ଏକ କୂଅରେ ପଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅନନ୍ତ ଚରଣ ସାହୁ।

ଗତକାଲି ରାତିରେ ଚରଣ ଖାଇ ସାରି ଧାନ ଖଳାକୁ ଯାଉଥିବା ସମୟରେ କୂଅରେ ପଡ଼ି ଯାଇଥିଲେ।  ପରିବାର ଲୋକେ ତାଙ୍କୁ ରାତିରେ ଖୋଜାଖୋଜି କରି ପାଇ ନଥିଲେ। ଆଜି ସକାଳେ ତାଙ୍କ ମୃତଦେହ କୂଅରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସ୍‌କୁ ଖବର ଦିଆଯାଇଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ମୃତଦେହ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Related story