‘ପର କଲେ ୫ ପୁଅ, କାଳିଆ ପାଖକୁ ଯାଉଛି’

ପୁରୀ(ଓଡ଼ିଶା ରିପୋର୍ଟର): ପରିଣତ ବୟସରେ ପିଲାମାନେ ସାହାରା ହେବା ବଦଳରେ ହେଲେ ବଇରୀ। ସେବା ସୁଶ୍ରୁଷା ବଦଳରେ ମିଳିଲା ଗୋଇଠା ମାଡ଼। ଅସହ୍ୟ ହେଲା ଯନ୍ତ୍ରଣା। ୫ ପୁଅ ଥାଇ ବି ଆଖିରୁ ଶୁଖୁନି ଲୁହ। ଶେଷରେ କାଳିଆ ପୁଅକୁ ଟିକେ ଦେଖିବାକୁ ବୃଦ୍ଧ ଜଣକ ବର୍ଷା ରାତିରେ ଘରୁ ଗୋଡ଼ କାଢ଼ିଲେ। ଭୁବନେଶ୍ୱରରୁ ଚାଲି ଚାଲି ବାହାରିଲେ ପୁରୀ। ଆଉ ବର୍ଷା ଯୋଗୁ ଚନ୍ଦନପୁର ନିକଟରେ ପାଦ ଅଟକି ଯାଇଥିବା ବେଳେ ଉଦ୍ଧାର କରିଥିଲେ ସ୍ୱେଚ୍ଛାସେବୀ। […]

Bhagban Sahoo

Bhagban Sahoo

Niharika Rout
  • Published: Saturday, 24 July 2021
  • Updated: 24 July 2021, 03:46 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପରିଣତ ବୟସରେ ପିଲାମାନେ ସାହାରା ହେବା ବଦଳରେ ହେଲେ ବଇରୀ। ସେବା ସୁଶ୍ରୁଷା ବଦଳରେ ମିଳିଲା ଗୋଇଠା ମାଡ଼। ଅସହ୍ୟ ହେଲା ଯନ୍ତ୍ରଣା। ୫ ପୁଅ ଥାଇ ବି ଆଖିରୁ ଶୁଖୁନି ଲୁହ। ଶେଷରେ କାଳିଆ ପୁଅକୁ ଟିକେ ଦେଖିବାକୁ ବୃଦ୍ଧ ଜଣକ ବର୍ଷା ରାତିରେ ଘରୁ ଗୋଡ଼ କାଢ଼ିଲେ। ଭୁବନେଶ୍ୱରରୁ ଚାଲି ଚାଲି ବାହାରିଲେ ପୁରୀ। ଆଉ ବର୍ଷା ଯୋଗୁ ଚନ୍ଦନପୁର ନିକଟରେ ପାଦ ଅଟକି ଯାଇଥିବା ବେଳେ ଉଦ୍ଧାର କରିଥିଲେ ସ୍ୱେଚ୍ଛାସେବୀ।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଦେଉଳିପାଟଣା ଗାଁର ଭଗବାନ ସାହୁଙ୍କୁ ବୟସ ୮୮ ଛୁଇଁଲାଣି। ୫ ପୁଅକୁ ଗୋଟିଏ ଝିଅକୁ ନେଇ ସଂସାର। ହେଲେ ଏହା ପରେ ବି ନିଜର ବୋଲି ତାଙ୍କର କେହି ନାହିଁ। ପୁଅ ବୋହୂ ନାତିନାତୁଣୀ ମେଳରେ ହସଖୁସିରେ ଜୀବନ କଟିବା ସମୟରେ ସେ ଭୋଗୁଛନ୍ତି ଅସହ୍ୟ ଯନ୍ତ୍ରଣା।

[caption id="attachment_661416" align="aligncenter" width="650"]Bhagban Sahoo କାଳିଆକୁ ନିଜ ଗୁହାରୀ ଜଣାଉଛନ୍ତି ଭଗବାନ ସାହୁ।[/caption]

ପୁଅ, ବୋହୂ ତାଙ୍କୁ ପଚାରୁ ନ ଥିବା ବେଳେ ଜଣେ ତ ହାତ ବି ଉଠାଇବାକୁ ପଛାଉ ନାହାନ୍ତି। ଶାନ୍ତିରେ ବଞ୍ଚିବାକୁ ଦେବାକୁ ଗୋଟିଏ ପୁଅର ଗୋଡ଼ ଧରିବାରୁ ସେ ଗୋଇଠା ମାରିବାକୁ ବି ପଛାଇଲା ନାହିଁ। ପୁଅ ବୋହୂଙ୍କ ଅସହ୍ୟ ଯନ୍ତ୍ରଣା ଆଉ ସହି ହେଉନି। ଆଖିରେ ଆଖିଏ ଲୁହ, ଛାତିରେ ଛାତିଏ କୋହ। ନିଜର ବୋଲି ଏ ଦୁନିଆରେ କେହି ନାହିଁ ବୋଲି ଭାବି ନେଇ ଶେଷରେ କାଳିଆ ପାଖକୁ ଧାଇଁଲେ ଭଗବାନ। ତାଙ୍କୁ ନିଜ ଦୁଃଖ ଜଣାଇଲେ ଶାନ୍ତି ମିଳିବ, ମୋକ୍ଷ ପ୍ରାପ୍ତି ହେବ ବୋଲି ଆଶା ବି ଥିଲା।

ଅଣ୍ଟା ସଳଖି ପାଦ ଚାଲିବାକୁ ବଳ ନ ଥିଲେ ବି ନିଜ ଦୁଃଖ ଜଣାଇବାକୁ ଘରୁ ଗୋଡ଼ କାଢ଼ି ଚନ୍ଦନପୁରରେ ପହଞ୍ଚି ଯାଇଥିଲେ। ମାତ୍ର ବର୍ଷା ଯୋଗୁ ଚନ୍ଦନପୁର ବାଇପାସ୍‌ ନିକଟରେ ଅନ୍ଧାର ରାତିରେ ଅଟକି ଯାଇଥିଲେ। ସେଠାରେ ସ୍ୱେଚ୍ଛାସେବୀ କୁଶଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ତାଙ୍କୁ ଉଦ୍ଧାର କରାଯାଇଛି।

[caption id="attachment_661417" align="aligncenter" width="650"]Bhagban Sahoo ସ୍ୱେଚ୍ଛାସେବୀ ଭଗବାନଙ୍କୁ ଉଦ୍ଧାର କରୁଛନ୍ତି।[/caption]

ବସ ଟ୍ରେନ ଯାଉ ନ ଥିବା ବେଳେ ଚାଲି ଚାଲି କାହିଁକି ଯାଉଛ ବୋଲି ପଚାରିବାକୁ ସମ୍ଭାଳିପାରିଲେନି କୋହ। ୫ ପୁଅ ପର କଲେ ଏବେ କାଳିଆ ପୁଅ ପାଖକୁ ଯାଉଛି ବୋଲି କହି ବଖାଣିଥିଲେ ନିଜ ହୃଦୟର କୋହ। ଏବେ ତାଙ୍କୁ  ବୀରପ୍ରତାପପୁରଠାରେ ଥିବା ନୀଳାନ୍ଦ୍ରି ନିଳୟଠାରେ ରଖାଯାଇଛି।

https://fb.watch/6Xzg0WTAxY/

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story