- Videos
- Odisha
- ଶୀତରେ ଥରୁଛି ସାରା ରାଜ୍ୟ:୧୩ ସହରର ତାପମାତ୍ରା ୧୦ଡିଗ୍ରୀ ତଳେ
ଶୀତରେ ଥରୁଛି ସାରା ରାଜ୍ୟ:୧୩ ସହରର ତାପମାତ୍ରା ୧୦ଡିଗ୍ରୀ ତଳେ
- Published: Sunday, 07 January 2018
- , Updated: 07 January 2018, 08:55 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ରାଜ୍ୟର ୧୩ଟି ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସରୁ କମ୍ ରହିଛି। ଦାରିଂବାଡ଼ିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀର ତାପମାତ୍ରା ୩.୫ ଥିବାବେଳେ ସୁନ୍ଦରଗଡ଼ରେ ୬.୫, ହୀରାକୁଦରେ ୭, ଝାରସୁଗୁଡ଼ାରେ ୭.୧, ଭାବାନୀପାଟଣା ୭.୫, କେନ୍ଦୁଝର ୮, ସମ୍ବଲପୁର ୮.୪, କୋରାପୁଟ ୮.୫, ଅନୁଗୋଳ ୮.୫, ସୋନପୁର ୮.୮, ବଲାଙ୍ଗିର ୯.୫ ଓ ବାରିପଦାରେ ୯.୬ ସେଲିସିୟସ ତାପମାତ୍ରା ରହିଛି।</p>
<p>ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୮ ଓ ୯ତାରିଖ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ରହିବ। ଏହାପରେ ତାପମାତ୍ରା ଟିକେ ବ଼ଢ଼ିବାର ସମ୍ଭାବନା ଥିଲେ ବି ଶୀତର ପ୍ରକୋପ ରହିବ। କନ୍ଧମାଳର ବାଲିଗୁଡ଼ା ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ଦାରିଙ୍ଗିବାଡିରେ ମଧ୍ୟ ଶୀତର ପ୍ରକୋପ ସହ ତୁଷାରପାତ ଦେଖିବାକୁ ମିଳିଛି। ଅସହ୍ୟ ଥଣ୍ଡା ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ପାହାଡ଼ିଆ ଅଞ୍ଚଳରେ ଅବସ୍ଥା ଆହୁରି ଅସମ୍ଭାଳ ହୋଇପଡ଼ିଛି।</p>