ବଢ଼ିପାରେ ଓମ୍‌ଫେଡ୍‌ କ୍ଷୀର ଦର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଓମ୍‌ଫେଡ୍‌ କ୍ଷୀର ଦର ବଢ଼ିପାରେ। ଉଭୟ ଖାଉଟି ଓ ଦୁଗ୍ଧ ଚାଷୀଙ୍କୁ ସୁହାଇଲା ଭଲି ଦର ଧାର୍ଯ୍ୟ ହେବ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।  ସେ କହିଛନ୍ତି,“ଘରୋଇ ଦୁଗ୍ଧ ସଂସ୍ଥା ଆଗୁଆ ଦାମ୍‌ ବୃଦ୍ଧି କରିଛନ୍ତି। ସରକାର ଏନେଇ ବଚାର ବିମର୍ଶ କରୁଛନ୍ତି।” ଅନ୍ୟପକ୍ଷରେ ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଦ୍ରବ୍ୟ ଦେବାକୁ ସରକାର ଯୋଜନା କରିଥବା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଦ୍ରବ୍ୟ ଦେବାକୁ […]

milk

Jyoshna Pradhan
  • Published: Tuesday, 10 September 2019
  • , Updated: 10 September 2019, 04:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ଓମ୍‌ଫେଡ୍‌ କ୍ଷୀର ଦର ବଢ଼ିପାରେ। ଉଭୟ ଖାଉଟି ଓ ଦୁଗ୍ଧ ଚାଷୀଙ୍କୁ ସୁହାଇଲା ଭଲି ଦର ଧାର୍ଯ୍ୟ ହେବ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।  ସେ କହିଛନ୍ତି,“ଘରୋଇ ଦୁଗ୍ଧ ସଂସ୍ଥା ଆଗୁଆ ଦାମ୍‌ ବୃଦ୍ଧି କରିଛନ୍ତି। ସରକାର ଏନେଇ ବଚାର ବିମର୍ଶ କରୁଛନ୍ତି।”

ଅନ୍ୟପକ୍ଷରେ ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଦ୍ରବ୍ୟ ଦେବାକୁ ସରକାର ଯୋଜନା କରିଥବା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଦ୍ରବ୍ୟ ଦେବାକୁ ନେଇ ଆସିଥିବା ପ୍ରସ୍ତାବକୁ ସରକାର ତର୍ଜମା କରୁଛନ୍ତି। ଏପରି ହେଲେ ରାଜ୍ୟର ଦୁଗ୍ଧ ଚାଷୀ ଉପକୃତ ହେବେ। ପିଲାମାନେ ମଧ୍ୟ ପୁଷ୍ଟିକର ଖାଦ୍ୟ ପାଇବାକୁ ସକ୍ଷମ ହେବେ।”

 

 

Related story