‘ଓମଫେଡ ଆମ ଦାନାପାଣି ଛଡ଼ାଇ ନେଲା, ଆମେ ଧାରଣାରେ ବସିଲୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୪ ମାସ ହେଲା ଓମଫେଡ ନିଜର ୧୬୭ ଜଣ କର୍ମଚାରୀଙ୍କୁ ଏକକାଳୀନ ଛଟେଇ କରିଥିବା ବେଳେ ସେମାନଙ୍କୁ ଥଇଥାନ କରିବା ନାଁ ଧରୁନି।  ଏ ଉକ୍ତ ଛଟେଇ କର୍ମଚାରୀଙ୍କ ମଧ୍ୟରେ ୯୦% ମହିଳା ଥିବା ବେଳେ ସେମାନେ ଏବେ ଦୟନୀୟ ଭାବେ ଜୀବନ କାଟୁଛନ୍ତି। ନିଜ ନାର୍ଯ୍ୟ ଦାବି ପାଇଁ ‘ବେଆଇନ ଛଟେଇ ଓମଫେଡ କର୍ମଚାରୀ ସଂଘ’ ପକ୍ଷରୁ ଗତକାଲିଠୁ ଧାରଣା ଦିଆଯାଇଛି। ପୁନଃ ନିଯୁକ୍ତି ଦାବିରେ ଓମଫେଡର ୧୬୭ ଜଣ କର୍ମଚାରୀ […]

omfed

omfed

Niharika Rout
  • Published: Thursday, 28 April 2022
  • Updated: 28 April 2022, 01:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୪ ମାସ ହେଲା ଓମଫେଡ ନିଜର ୧୬୭ ଜଣ କର୍ମଚାରୀଙ୍କୁ ଏକକାଳୀନ ଛଟେଇ କରିଥିବା ବେଳେ ସେମାନଙ୍କୁ ଥଇଥାନ କରିବା ନାଁ ଧରୁନି।  ଏ ଉକ୍ତ ଛଟେଇ କର୍ମଚାରୀଙ୍କ ମଧ୍ୟରେ ୯୦% ମହିଳା ଥିବା ବେଳେ ସେମାନେ ଏବେ ଦୟନୀୟ ଭାବେ ଜୀବନ କାଟୁଛନ୍ତି। ନିଜ ନାର୍ଯ୍ୟ ଦାବି ପାଇଁ ‘ବେଆଇନ ଛଟେଇ ଓମଫେଡ କର୍ମଚାରୀ ସଂଘ’ ପକ୍ଷରୁ ଗତକାଲିଠୁ ଧାରଣା ଦିଆଯାଇଛି। ପୁନଃ ନିଯୁକ୍ତି ଦାବିରେ ଓମଫେଡର ୧୬୭ ଜଣ କର୍ମଚାରୀ ଧାରଣାରେ ବସିଛନ୍ତି।

ଓମଫେଡ ଆମ ଦାନାପାଣି ଛଡ଼ାଇ ନେଲା। ବର୍ଷ ବର୍ଷ ଏଠାରେ କାମ କରିବା ପରେ ଏବେ କୁଆଡ଼େ ଯିବୁ, କ’ଣ କରିବୁ । ତେଣୁ ଆମେ ଓମଫେଡ ଫ୍ୟାକ୍ଟ୍ରି ଆଗରେ ଧାରଣାରେ ବସିଛୁ। ରାଜ୍ୟ ସରକାର ଆମକୁ ସ୍ଥାୟୀ ନିଯୁକ୍ତି ଓ ସମସ୍ତ  ବକେୟା ଦେୟ  ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି ଛଟେଇ କର୍ମଚାରୀ ।

ଭୁବନେଶ୍ୱର ସହର ମଧ୍ୟରେ ପୂର୍ବରୁ କାର୍ଯ୍ୟ କରୁଥିବା ଓମଫେଡର ଦୁଗ୍ଧ ପ୍ଳାଣ୍ଟକୁ ଆଧୁନିକୀକରଣ କରିବା ଉଦ୍ଦେଶ୍ୟରେ କଟକ ଜିଲ୍ଲା ଅରିଲୋ ନିକଟରେ ରାଜ୍ୟ ସରକାରଙ୍କ ମତ୍ସ୍ୟ  ଓ ପଶୁ ସମ୍ପଦ ବିକାଶ ବିଭାଗ ଦ୍ଵାରା ୨୬୩ କୋଟି ଟଙ୍କା ବ୍ୟୟରେ ନୂତନ ପ୍ଳାଣ୍ଟ ସ୍ଥାପନ କରାଯାଇଛି। ଗତ ଜାନୁଆରୀ ୧ ତାରିଖରେ ଏହି ପ୍ଳାଣ୍ଟ କାର୍ଯ୍ୟକ୍ଷମ ହେଲା  । ହେଲେ ତା’ ପରଦିନ ଅର୍ଥାତ ୨ ଜାନୁଆରୀରେ ସମସ୍ତ ୧୬୭ କର୍ମଚାରୀଙ୍କୁ ବିନା କ୍ଷତିପୂରଣ ଓ ଦୁଇ ମାସର ଦରମା ନ ଦେଇ ଛଟେଇ କରିଦିଆଗଲା। ଛଟେଇ ପୂର୍ବରୁ ସଂଘ ସହିତ କୌଣସି ଆଲୋଚନା ମଧ୍ୟ ରାଜ୍ୟ ସରକାର କରିନାହାନ୍ତି।

ସମସ୍ତ ଠିକା ଶ୍ରମିକଙ୍କୁ ବିନା ନୋଟିସରେ ବହିଷ୍କାର କରିବା ଗଣତନ୍ତ୍ରକୁ ପୁଞ୍ଜିତନ୍ତ୍ରରେ ପରିଣତ କରିବାର ଅନ୍ୟତମ ନମୁନା ବୋଲି ଅଭିଯୋଗ କରିଛି  ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ । ଛଟେଇ କର୍ମଚାରୀଙ୍କ ମଧ୍ୟରୁ ବହୁ କର୍ମଚାରୀ ୨୦୦୪ ମସିହାରୁ ଦୈନିକ ୨୦ ଟଙ୍କାରେ ଏହି ପ୍ଳାଣ୍ଟରେ ଯୋଗ ଦେଇଥିଲେ। ଦୀର୍ଘ ୧୫ ବର୍ଷ ଲଗାତର କାର୍ଯ୍ୟ କରିବା ସତ୍ତ୍ୱେ ସେମାନଙ୍କୁ ସ୍ଥାୟୀ କରାଯାଇନଥିଲା। ରାଜ୍ୟରେ ଅଣକୁଶଳୀ ଶ୍ରମିକଙ୍କ  ମଜୁରୀ ଦୈନିକ ୩୧୫ ଟଙ୍କା ଥିବା ସତ୍ତ୍ୱେ ଉକ୍ତ କର୍ମଚାରୀମାନଙ୍କୁ (ମେସିନ ଅପରେଟର ଠାରୁ ପ୍ୟାକିଙ୍ଗ ପର୍ଯ୍ୟନ୍ତ) ମାତ୍ର ୨୭୫ ଟଙ୍କା ଦିଆଯାଉଥିଲା, ଯାହା ଶ୍ରମ ଆଇନର ବିରୁଦ୍ଧାଚରଣ କରୁଛି। ଏହାସତ୍ତ୍ୱେ ସେମାନେ ନିରବଚ୍ଛିନ ଭାବେ କାମ କରି ଚାଲୁଥିବା ବେଳେ ଶେଷରେ ରାଜ୍ୟ ସରକାର ସେମାନଙ୍କ ଭାତ ହାଣ୍ଡିକୁ ଗୋଇଠା ମାରିଲେ ବୋଲି ଅଭିଯୋଗ କରିଛି ସଂଘ ।

ତେଣୁ ରାଜ୍ୟ ସରକାର ତୁରନ୍ତ ଛଟେଇ ହୋଇଥିବା ୧୬୭ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ଓ ବକେୟା ସମସ୍ତ ଦେୟ ତୁରନ୍ତ ପ୍ରଦାନ କରନ୍ତୁ ବୋଲି ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ପକ୍ଷରୁ ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos