ଓଡ଼ିଶାରେ ୪ଦିନରେ ୪ଗୁଣା ଅଧିକ, ଆହୁରି ବଢ଼ିବ ଓମିକ୍ରନ ସଂକ୍ରମଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆଗାମୀ ଦିନରେ ଓମିକ୍ରନ ସଂକ୍ରମଣ ମାମଲା ଆହୁରି ବଢ଼ିବ। ରାଜ୍ୟର ସବୁ ଜିଲ୍ଲାରେ ଏବେ ଓମିକ୍ରନ ସଂକ୍ରମଣ ଦେଖାଦେଲାଣି। ତେଣୁ ଓମିକ୍ରନ ଚିହ୍ନଟ ପାଇଁ ଆଇସିଏମଆର ପକ୍ଷରୁ ନୂଆ କିଟ୍ ବ୍ୟବହାର ପାଇଁ ଅନୁମୋଦନ ମିଳିଥିବାବେଳେ ଏହି କିଟ୍ ଆଣିବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ମହାପାତ୍ର କହିଛନ୍ତି ଯେ, ଓମିକ୍ରନ ସଂକ୍ରମଣ ଏବେ […]

Omicron

Ordigital Desk
  • Published: Thursday, 06 January 2022
  • , Updated: 06 January 2022, 08:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆଗାମୀ ଦିନରେ ଓମିକ୍ରନ ସଂକ୍ରମଣ ମାମଲା ଆହୁରି ବଢ଼ିବ। ରାଜ୍ୟର ସବୁ ଜିଲ୍ଲାରେ ଏବେ ଓମିକ୍ରନ ସଂକ୍ରମଣ ଦେଖାଦେଲାଣି। ତେଣୁ ଓମିକ୍ରନ ଚିହ୍ନଟ ପାଇଁ ଆଇସିଏମଆର ପକ୍ଷରୁ ନୂଆ କିଟ୍ ବ୍ୟବହାର ପାଇଁ ଅନୁମୋଦନ ମିଳିଥିବାବେଳେ ଏହି କିଟ୍ ଆଣିବାକୁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର କହିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡାକ୍ତର ମହାପାତ୍ର କହିଛନ୍ତି ଯେ, ଓମିକ୍ରନ ସଂକ୍ରମଣ ଏବେ ବଢ଼ିବାରେ ଲାଗିଛି । ଆଗକୁ ଆହୁରି ଅଧିକ ବଢ଼ିବ। ତେବେ ଏବେସୁଦ୍ଧା ଓଡ଼ିଶାରେ ସ୍ଥିତି ସଙ୍ଗୀନ ହୋଇନି ବୋଲି ସେ ସ୍ପଷ୍ଟ କରିଛନ୍ତି। ଯଦି ସଂକ୍ରମଣ ବଢ଼ିବାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ଟିକାକରଣ, ସର୍ଭେଲାନ୍ସ ମଧ୍ୟ ଜାରି ରହିଛି । ଏବେ ରାଜ୍ୟରେ ଆଇସିୟୁ ଲୋଡ୍ କମ୍ ରହିଛି। ସରକାର ମଧ୍ୟ ବେଡ୍ ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନେଉଛନ୍ତି । ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର ଓ ବାଲେଶ୍ୱରରେ ସଂକ୍ରମଣ ଅଧିକ ରହିଛି ।

ଆଇସିଏମଆର ଦ୍ୱାରା ଓମିକ୍ରନ ଚିହ୍ନଟ ପାଇଁ ଯେଉଁ ନୂଆ କିଟକୁ ବ୍ୟବହାର ନିମନ୍ତେ ଅନୁମତି ମିଳିଛି ତାହା ଆଣିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ତେବେ ଓମିକ୍ରନ ସଂକ୍ରମଣଙ୍କ ପାଇଁ ଚିକିତ୍ସା ପଦ୍ଧତି ପୂର୍ବଭଳି ସମାନ । ବରିଷ୍ଠ ନାଗରିକ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆସନ୍ତା ଜାନୁୟାରୀ ୧୦ତାରିଖରୁ ବୁଷ୍ଟର ଡୋଜ୍ ଦିଆଯିବ । ଯିଏ ଅତୀତରେ ଯେଉଁ ଟିକା ନେଇଛନ୍ତି ସେମାନଙ୍କୁ ସେହି ଟିକା ପ୍ରଦାନ କରାଯିବ । ରାଜ୍ୟରେ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ରିଲିଫ କମିଶନରଙ୍କ ଦ୍ୱାରା ଜାରି ଗାଇଡଲାଇନକୁ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଅନ୍ୟପକ୍ଷରେ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଆଜି ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷମାନଙ୍କ ସହ ଏକ ବୈଠକ କରି ୭ଦିନ ମଧ୍ୟରେ କୋଭିଡ୍ ରୋଗୀଙ୍କ ପାଇଁ ଆବଶ୍ୟକ ବେଡ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମହାମାରୀର ଶିକାର ହେଉଥିବା ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଘରୋଇ ହସ୍ପିଟାଲଗୁଡ଼ିକୁ ସେ ତାଗିଦ୍ କରିଛନ୍ତି ।

ସୂଚନାଯୋଗ୍ୟ, ଗୁରୁବାର ରାଜ୍ୟରେ ୧୮୯୭ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ସେଥିରେ ୨୫୮ଜଣ ଶିଶୁ ଅଛନ୍ତି । ବୁଧବାର ଦିନ ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୨୧୬ ଥିବାବେଳେ ମଙ୍ଗଳବାର ୬୮୦,ସୋମବାର ୪୨୪ ଓ ରବିବାର ୪୨୪ ରହିଥିଲା । ଶନିବାର ୨୯୮ ଓ ଶୁକ୍ରବାର ୨୨୮ଜଣ କୋଭି୍‌ଡ ସଂକ୍ରମିତ ହୋଇଥିଲେ । ଗତ ୪ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪ଗୁଣରୁ ଅଧିକ ବୃଦ୍ଧି ପାଇଛି ।

Related story