‘କନ୍ୟାରତ୍ନ’ ଦିବସରେ ନାଳରେ ଭାସୁଛି ଶିଶୁ କନ୍ୟା

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆଜି ସାରା ଦେଶ ପାଳୁଛି ‘କନ୍ୟାରତ୍ନ’ ଦିବସ। ସେଥିପାଇଁ ସଭା ଓ ସମିତି ଆୟୋଜନ ହୋଇଛି। ଆଉ ଏଥିରେ ଯୋଗଦେଉଥିବା ଅତିଥିମାନେ କନ୍ୟାରତ୍ନଙ୍କ ଉପରେ ବଡ଼ ବଡ଼ ଭାଷଣ ମଧ୍ୟ ଦେଉଛନ୍ତି। ଏହା ସତ୍ତ୍ୱେ ଆଜି ବି କନ୍ୟାରତ୍ନ ଅଲୋଡ଼ା। ଏହାର ବାସ୍ତବ ଚିତ୍ର ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଦେଖିବାକୁ ମିଳିଛି। ଏକ ଶିଶୁ କନ୍ୟାର ମୃତଦେହ ମେଡିକାଲ ନାଳରେ ଭାସୁଥିବା ଦେଖିବାକୁ ମିଳୁଛି। ଯାହା ସଭ୍ୟ ସମାଜକୁ ଚିନ୍ତାରେ ପକାଇ ଦେଇଛି। ଆଜି […]

medical

Manoranjan Sial
  • Published: Friday, 24 January 2020
  • , Updated: 24 January 2020, 09:59 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆଜି ସାରା ଦେଶ ପାଳୁଛି ‘କନ୍ୟାରତ୍ନ’ ଦିବସ। ସେଥିପାଇଁ ସଭା ଓ ସମିତି ଆୟୋଜନ ହୋଇଛି। ଆଉ ଏଥିରେ ଯୋଗଦେଉଥିବା ଅତିଥିମାନେ କନ୍ୟାରତ୍ନଙ୍କ ଉପରେ ବଡ଼ ବଡ଼ ଭାଷଣ ମଧ୍ୟ ଦେଉଛନ୍ତି। ଏହା ସତ୍ତ୍ୱେ ଆଜି ବି କନ୍ୟାରତ୍ନ ଅଲୋଡ଼ା। ଏହାର ବାସ୍ତବ ଚିତ୍ର ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଦେଖିବାକୁ ମିଳିଛି। ଏକ ଶିଶୁ କନ୍ୟାର ମୃତଦେହ ମେଡିକାଲ ନାଳରେ ଭାସୁଥିବା ଦେଖିବାକୁ ମିଳୁଛି। ଯାହା ସଭ୍ୟ ସମାଜକୁ ଚିନ୍ତାରେ ପକାଇ ଦେଇଛି।

ଆଜି ପ୍ରାୟ ଅପରାହ୍ନ ୧ ଟା ବେଳେ ମେଡିକାଲ ଆଉଟ୍‌ଡୋର ସମ୍ମୁଖ ନର୍ସିଂ ହଷ୍ଟେଲ ସମ୍ମୁଖ ନାଳରେ ଶିଶୁକନ୍ୟାର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ମେଡିକାଲ୍‌ ଫାଣ୍ଡିରେ ଅଭିଯୋଗ କରିଥିଲେ। ପୁଲିସ ଶିଶୁ କନ୍ୟାର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିଲା। ଏହା ଭ୍ରୂଣ ହତ୍ୟା ନା ମେଡିକାଲର ପ୍ରସୂତି ୱାର୍ଡରେ ଜନ୍ମ ନେବା ପରେ ମରିଯାଇଥିବା ଶିଶୁ କନ୍ୟାକୁ କେହି ଫିଙ୍ଗି ଦେଇଥିବା ଆଶଙ୍କା କରୁଛି ପୁଲିସ। ଏହାର ତଦନ୍ତ ଜାରି ରଖିଛି ମେଡିକାଲ ଫାଣ୍ଡି ପୁଲିସ।

 

Related story