Advertisment

ଯାହାଙ୍କୁ ହାତ ପାପୁଲିରେ ଦର୍ଶନ ଦେଇଥିଲେ ଶ୍ରୀ ଜଗନ୍ନାଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଆ ଲୋକେ ଏହାକୁ ଧର୍ମମାସର ଶେଷ ଦିନ ଭାବେ ଦେବାର୍ଚ୍ଚନାରେ ବିତାଇ ଥାଆନ୍ତି। ଡଙ୍ଗା ଭସାଯାଏ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବାକୁ ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହୋଇଥାଏ। ଶ୍ରୀ ମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରାଜଧିରାଜ ବେଶ ମଧ୍ୟ ଅନୁଷ୍ଠିତ ହୋଇଥାଏ। ହେଲେ ଆଉ ଗୋଟିଏ ପ୍ରମୁଖ କଥା ଏହି ଦିନ ସହ ଯୋଡ଼ି ହୋଇ ରହିଛି। କଥାଟି କ’ଣ ଜାଣନ୍ତି […]

ଅଦ୍ୟତନ ହୋଇଛି
ଯାହାଙ୍କୁ ହାତ ପାପୁଲିରେ ଦର୍ଶନ ଦେଇଥିଲେ ଶ୍ରୀ ଜଗନ୍ନାଥ  

677

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଆ ଲୋକେ ଏହାକୁ ଧର୍ମମାସର ଶେଷ ଦିନ ଭାବେ ଦେବାର୍ଚ୍ଚନାରେ ବିତାଇ ଥାଆନ୍ତି। ଡଙ୍ଗା ଭସାଯାଏ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବାକୁ ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହୋଇଥାଏ। ଶ୍ରୀ ମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରାଜଧିରାଜ ବେଶ ମଧ୍ୟ ଅନୁଷ୍ଠିତ ହୋଇଥାଏ। ହେଲେ ଆଉ ଗୋଟିଏ ପ୍ରମୁଖ କଥା ଏହି ଦିନ ସହ ଯୋଡ଼ି ହୋଇ ରହିଛି।

Advertisment

କଥାଟି କ’ଣ ଜାଣନ୍ତି ? କାଳିଆର ଭକ୍ତଙ୍କ କଥା।

ଆଜି ହେଉଛି ଶିଖ୍‌ ଧର୍ମଗୁରୁ ନାନକ ଦେବଙ୍କ ଜନ୍ମ ଉତ୍ସବ। ଆମ କଥା ଶୁଣି ଭାବୁଥିବେ ହଠାତ୍‌ ଗୁରୁ ନାନକଙ୍କ କଥା କାହିଁକି କହିଲୁ ବୋଲି। ବାସ୍ତବ କଥାଟି ହେଉଛି ଗୁରୁ ନାନକଙ୍କ ଓଡ଼ିଶା ଆଉ ଶ୍ରୀ ଜଗନ୍ନାଥଙ୍କ ସହ ସମ୍ପର୍କ ଥିଲା ବଡ଼ ନିବିଡ। ତା ହେଲେ ଆସନ୍ତୁ ଜାଣିବା, ଗୁରୁ ନାନକ ଓ ଶ୍ରୀ ଜଗନ୍ନାଥଙ୍କ ମଧ୍ୟରେ ଥିବା ଭକ୍ତ-ଭଗବାନଙ୍କ ନିବିଡ଼ ସମ୍ପର୍କ ବିଷୟରେ।

ଗୁରୁ ନାନକ ୫୦୦ ଶହ ବର୍ଷ ତଳେ ଶ୍ରୀକ୍ଷେତ୍ର ପୁରୀକୁ ଆଗମନ କରିଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ନିରାକାର ସତ୍ତାକୁ ଗ୍ରହଣ କରି ସେ ପାଲଟି ଯାଇଥିଲେ ଶ୍ରୀଜିଉଙ୍କ ପରମ ଭକ୍ତ। ସେ ନିଜ ଶିଷ୍ୟ ମର୍ଦ୍ଦନଙ୍କ ସହ ପୁରୀ ଆସିଥିଲେ। କଥାରେ ଅଛି ମହାପ୍ରଭୁ ନାନକଙ୍କ ପାଇଁ ନିଜ ରତ୍ନଥାଳି ବଢାଇ ତାଙ୍କ କ୍ଷୁଧା ନିବାରଣ କରିଥିଲେ।

Advertisment

ଏକଦା ନାନକ ନିଜ ଶିଷ୍ୟମାନଙ୍କୁ ନେଇ  ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଥିବା ବେଳେ ଯବନ ଭାବି ସେମାନଙ୍କୁ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ମିଳି ନ ଥିଲା। ଏଣୁ ସେ ମହାପ୍ରଭୁଙ୍କ ଉପରେ ଅଭିମାନ କରି ସିଂହଦ୍ୱାର ଛାଡି ମହୋଦଧି କୂଳରେ ଛତା ପାରି ବସି ଧ୍ୟାନମଗ୍ନ ହୋଇଥିଲେ । ଗୁରୁ ଗ୍ରନ୍ଥ ସାହେବର କାହାଣୀ ମୁତାବକ ଠାକୁରଙ୍କ ରତ୍ନଥାଳ ଶ୍ରୀମନ୍ଦିରରକୁ ଉଠିଆସି ତାଙ୍କ ମଥା ଉପରେ ବୁଲିବାକୁ ଲାଗିଥିଲା। ଏପରିକି ଖବର ପାଇ ଗଜପତି ମହାରାଜ ତାଙ୍କ ନିକଟକୁ ଯିବାବେଳେ ସେ ନିଜ ହାତ ପାପୁଲିରେ ମହାପ୍ରଭୁଙ୍କୁ ଦର୍ଶନ କରାଇଥିଲେ।

ସନ୍ଥ ନାନକଙ୍କ ହାତ ପାପୁଲିରେ ମହାପ୍ରଭୁଙ୍କୁ ଦର୍ଶନ କରି ରାଜା ଅଭିଭୁତ ହୋଇଥିଲେ ଓ ନାନକପନ୍ଥୀ ଭକ୍ତଙ୍କ ପାଇଁ ଜମି ଖଞ୍ଜା କରିଥିଲେ। ମହାପ୍ରଭୁଙ୍କ ଏହି ପରମଭକ୍ତ ଗୁରୁ ନାନକଙ୍କ ଅବସ୍ଥାନ ଅଞ୍ଚଳକୁ ବାଉଳୀ ମଠ ଭାବେ ଗ୍ରହଣ କରାଯାଏ। ଯେଉଁଠାରେ ନାନକଙ୍କ ସମାଧି ପୂଜିତ ହେଉଛି।

ଖାଲି ସେତିକି ନୁହେଁ ଜଗନ୍ନାଥ ମହାପ୍ରଭୁଙ୍କ ନିମିତ୍ତ ଏକ ପଞ୍ଜାବୀ ଭାଷାରେ ଲିଖିତ ଆରତୀ ମଧ୍ୟ ସେ ରଚନା କରିଥିଲେ।

ଯାହାର ବୋଲ୍‌ ହେଉଛି- “ଗଗନ ମେ ଥାଲ୍‌, ରବ୍‌ ଚନ୍ଦ ଦୀପକ୍‌ ବନେ, ତାରକା ମଣ୍ଡଲ ଜନ୍ନକ ମୋତି...”।

ଏହି ଗୀତଟିକୁ ଆଜି ମଧ୍ୟ ବାଉଳୀ ମଠରେ ମହାପ୍ରଭୁ ଜଗନ୍ନାଥଙ୍କ ଆଳତି ସମୟରେ ଗାନ କରାଯାଉଥିବା ଦେଖା ଯାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe