ମନ୍ତ୍ରୀଙ୍କ ଭାଇଙ୍କୁ ‌ଆକ୍ରମଣ ଘଟଣାରେ ଜଣେ ଗିରଫ; ଗିରଫ ପ୍ରତିବାଦରେ ବିଜେପିର ରାସ୍ତାରୋକ

ଭଞ୍ଜନଗର: ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଭାଇ ବୀରେନ୍ଦ୍ରଙ୍କୁ ଆକ୍ରମଣ ଘଟଣାରେ ରାଜୁ ପ୍ରଧାନ ନାମକ ଜଣେ ବ୍ୟକ୍ତିକୁ ପୋଲିସ୍‌ ଗିରଫ କରିଛି। ରାଜୁକୁ ପୋଲିସ୍ ଗିରଫ କରିବା ପ୍ରତିବାଦରେ ବିଜେପି ପକ୍ଷରୁ ଗୋଛାବାଡିରେ ରାସ୍ତାରୋକ କରାଯାଇଛି। ଏହାସହିତ ବୀରେନ୍ଦ୍ରଙ୍କୁ ଗିରଫ କରିବା ପାଇଁ ଦାବି କରିଛି।

ସୂଚନାଯୋଗ୍ୟ, ଗତକାଲି ବିଳମ୍ୱିତ ରାତିରେ ବୀରେନ୍ଦ୍ର ଜଗନ୍ନାଥ ପ୍ରସାଦରୁ ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଆକ୍ରମଣରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି।

ବୀରେନ୍ଦ୍ର ଆସ୍କା କେନ୍ଦ୍ର ସମବାୟ ବ୍ୟାଙ୍କ୍ ସଭାପତି ଅଛନ୍ତି।