ବିଲେଇ ଛୁଆଙ୍କୁ କୁକୁର ଆଗକୁ ଫିଙ୍ଗି ମାରିଥିବା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ପ୍ରଶାନ୍ତି ବିହାର ଅଞ୍ଚଳରେ କୁକୁର ଆଗକୁ ବିଲେଇ ଛୁଆ ଫିଙ୍ଗି ମାରିବା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୁଲିସ୍‌। ଭାଇରାଲ ଭିଡିଓ ଆଧାରରେ ପୁଲିସ୍ ତାଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ପ୍ରହ୍ଲାଦ ବେହେରା। ସେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ। ପ୍ରହ୍ଲାଦଙ୍କ ଘର ଭିତରକୁ ତିନିଟି ବିଲେଇ ଛୁଆ ପଶି ଆସିଥିଲେ। ସେ ବିଲେଇ ଛୁଆଗୁଡ଼ିକୁ ବୁଲା କୁକୁରଙ୍କ ସାମ୍ନାକୁ ଫିଙ୍ଗି ଦେଇଥିଲେ। ଏହା ପରେ […]

Handcuffs

Handcuffs

Jitendra Garnayak
  • Published: Wednesday, 19 May 2021
  • Updated: 19 May 2021, 04:26 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ପ୍ରଶାନ୍ତି ବିହାର ଅଞ୍ଚଳରେ କୁକୁର ଆଗକୁ ବିଲେଇ ଛୁଆ ଫିଙ୍ଗି ମାରିବା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୁଲିସ୍‌। ଭାଇରାଲ ଭିଡିଓ ଆଧାରରେ ପୁଲିସ୍ ତାଙ୍କୁ ଗିରଫ କରିଛି।

ଅଭିଯୁକ୍ତଙ୍କ ନାଁ ପ୍ରହ୍ଲାଦ ବେହେରା। ସେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ।

ପ୍ରହ୍ଲାଦଙ୍କ ଘର ଭିତରକୁ ତିନିଟି ବିଲେଇ ଛୁଆ ପଶି ଆସିଥିଲେ। ସେ ବିଲେଇ ଛୁଆଗୁଡ଼ିକୁ ବୁଲା କୁକୁରଙ୍କ ସାମ୍ନାକୁ ଫିଙ୍ଗି ଦେଇଥିଲେ। ଏହା ପରେ ୨ଟି ବୁଲା କୁକୁର ଆକ୍ରମଣ କରି ଦୁଇଟି ବିଲେଇ ଛୁଆଙ୍କୁ ମାରି ଦେଇଥିଲେ। ଅନ୍ୟ ଗୋଟିଏ ବିଲେଇ ଛୁଆ ଗୁରୁତର ଆହତ ହୋଇଥିଲା। ଜଣେ ପ୍ରତ୍ୟେକ୍ଷଦର୍ଶୀ ୧୬ ତାରିଖରେ ଘଟଣା ସଂପର୍କରେ ଇନଫୋସିଟି ଥାନାରେ ଏତଲା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos