କଟକ(ଓଡ଼ିଶା ରିପୋର୍ଟର): ୫୧୦ କୋଟି ଟଙ୍କା ଜିଏସ୍ଟି ଠକେଇ ଘଟଣାର ପର୍ଦ୍ଦାଫାସ୍ ହୋଇଛି। ଏହି ଜାଲିଆତିରେ ବାଲିଅନ୍ତା ଅଞ୍ଚଳର ମାଷ୍ଟରମାଇଣ୍ଡ ସନ୍ଦୀପ ମହାନ୍ତିଙ୍କୁ ଗିରଫ କରାଯାଇଛି। କାଗଜପତ୍ରରେ ୨୨ଟି କଂପାନୀ ଦର୍ଶାଇ ଜିଏସ୍ଟି ଜାଲିଆତି କରାଯାଇଛି। ଏନେଇ
ଜିଏସଟି କମିଶନର ସୁଶିଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। ୩ଟି ପରିବହନକାରୀ ଜାନ ଏହି ଏହି ଫେକ୍ ଇନ୍ଭଏସ ମାଧ୍ୟମରେ ମାଲ ଚାଲାଣ କରୁଥିଲେ। ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନେ ଫେରାର ଅଛନ୍ତି। ଆଗରୁ ଜିଏସ୍ଟି ଠକେଇ ଘଟଣାରେ ରାଉରକେଲାର ଆଉ ଜଣେ ମାଷ୍ଟର ମାଇଣ୍ଡକୁ ଗିରଫ କରାଯାଇଥିଲା।
ସନ୍ତୋଷ କୁମାର ଗୁପ୍ତା ନାମକ ଜଣେ ବ୍ୟକ୍ତି ୧୦ଟି ଜାଲ କମ୍ପାନୀ ଖୋଲି କୌଣସି ସାମଗ୍ରୀ ନ କିଣି ଓ ନ ବିକି ୨୬୨ କୋଟି ଟଙ୍କାର ଜାଲ କାରବାର କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଏଥିରୁ ସେ ୪୦ କୋଟି ୬୬ ଲକ୍ଷ ଟଙ୍କା ଜିଏସ୍ଟି ଠକିଥିବା ଜଣାପଡ଼ିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।