‘ଲଭ୍‌ ଷ୍ଟେସନ’ର ନକଲି ସିଡି ବିକ୍ରୀ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ୱର: ବେଆଇନ ଭାବେ ଓଡ଼ିଆ ସିନେମା ‘ଲଭ ଷ୍ଟେସନ’ର ସିଡି ତିଆରି କରି ବିକ୍ରୀ କରୁଥିବା ଅଭିଯୋଗରେ ଆଜି ଜଣକୁ ଗିରଫ କରିଛି କମିଶନରେଟ୍‌ ପୋଲିସ। ଲକ୍ଷ୍ମୀସାଗର ପୋଲିସ ଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ସୂର୍ଯ୍ୟକାନ୍ତ ସାହୁ। ତାଙ୍କ ଠାରୁ ପାଇରେଟେଡ୍‌ ସିଡି ପ୍ରସ୍ତୁତ କରିବା ପାଇଁ ବ୍ୟବହାର ହେଉଥିବା କମ୍ପ୍ୟୁଟରର ସିପିୟୁ ପୋଲିସ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି। ତରଙ୍ଗ ସିନେ ପ୍ରଡକ୍‌ସନ ପ୍ରଯୋଜିତ […]

one arrested-in-payresy-of-love-station

Rakesh Mallick
  • Published: Monday, 18 July 2016
  • , Updated: 18 July 2016, 10:39 PM IST

ଭୁବନେଶ୍ୱର: ବେଆଇନ ଭାବେ ଓଡ଼ିଆ ସିନେମା ‘ଲଭ ଷ୍ଟେସନ’ର ସିଡି ତିଆରି କରି ବିକ୍ରୀ କରୁଥିବା ଅଭିଯୋଗରେ ଆଜି ଜଣକୁ ଗିରଫ କରିଛି କମିଶନରେଟ୍‌ ପୋଲିସ। ଲକ୍ଷ୍ମୀସାଗର ପୋଲିସ ଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ସୂର୍ଯ୍ୟକାନ୍ତ ସାହୁ। ତାଙ୍କ ଠାରୁ ପାଇରେଟେଡ୍‌ ସିଡି ପ୍ରସ୍ତୁତ କରିବା ପାଇଁ ବ୍ୟବହାର ହେଉଥିବା କମ୍ପ୍ୟୁଟରର ସିପିୟୁ ପୋଲିସ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି।

ତରଙ୍ଗ ସିନେ ପ୍ରଡକ୍‌ସନ ପ୍ରଯୋଜିତ ‘ଲଭ୍‌ ଷ୍ଟେସନ’ ସିନେମାର ସିଡିକୁ ପାଇରେସୀ ଓ ନକଲ କରି ବଜାରରେ ବିକ୍ରୀ କରାଯାଉଥିବା ନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରିଥିଲା। ‘ଲଭ୍‌ ଷ୍ଟେସନ’ ସିନେମା ଡିଷ୍ଟ୍ରିବ୍ୟୁସନ ସଂସ୍ଥା କେଏସ୍‌ଏସ୍ ଡିଜିଟାଲରେ ଅଭିଯୁକ୍ତମାନେ ଚାକିରି କରୁଥିଲେ। ସମ୍ପୃକ୍ତ ସଂସ୍ଥାଠାରୁ ଅପ୍‌ଲୋଡ ପାଇଁ ଦିଆଯାଇଥିବା ସିନେମାର କପି ସେମାନେ ବାହାରେ ବିକ୍ରୀ କରୁଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।

ତରଙ୍ଗ ସିନେ ପ୍ରଡକ୍‌ସନର ରଞ୍ଜନ ଶତପଥୀ କହିଛନ୍ତି, “ଯଦି ଏହା ଅପ୍‌ଲୋଡ ସେଣ୍ଟରରୁ ବାହାରକୁ ଯାଇ ବଜାରରେ ପାଇରେସୀ ହୋଇ ବିକ୍ରି ହେଉଛି ତେବେ ଏହା ନିଶ୍ଚିତ ଭାବେ ଅପରାଧ। ଗତ ରଜ ବଜାରରେ ଏହି ଫିଲ୍ମ ରିଲିଜ୍‌ ହୋଇଥିଲା, ତେଣୁ ଏହା ଆମ ପାଇଁ ବହୁତ ବଡ କ୍ଷତି। ଏହି ଫିଲ୍ମରୁ ନିକଟ ଭବିଷ୍ୟତରେ ଆମେ ଯେପରି ବ୍ୟବସାୟିକ ସଫଳତା ଆଶା କରୁଥିଲୁ, ସେ ପ୍ରକାର ବ୍ୟବସାୟରୁ ଆମେ ବଞ୍ଚିତ ହେବୁ। ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି, ଅନ୍ୟ ଜଣେ ଫେରାର ରହିଛି। ଏଥିସହ ଆମେ ସାଇବର କ୍ରାଇମ ବିଭାଗକୁ ଯୋଗାଯୋଗ କରୁଛୁ।”

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, “ଏହି ମାମଲାରେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଜଣଙ୍କୁ ଆମେ ଗିରଫ କରି କୋର୍ଟ ଚାଲାଣ କରିଛୁ। ଅନ୍ୟ ଜଣଙ୍କୁ ଖୋଜା ଚାଲିଛି। ଫିଲ୍ମ ପାଇରେସୀ ହୋଇଥିବା ନେଇ ତରଙ୍ଗ ସିନେ ପ୍ରଡକ୍‌ସନ କର୍ତ୍ତୃପକ୍ଷଙ୍କ ଅଭିଯୋଗ କ୍ରମେ ଏହାର ତନାଘନା ଜାରି ରହିଛି।”

Related story