ଚେଙ୍କ ନେଲା ଜୀବନ

କେନ୍ଦୁଝର (ଓଡ଼ିଶା ରିପୋର୍ଟର): ପୁଣି ଚେଙ୍କ ନେଲା ଜୀବନ। ଅନ୍ଧ ବିଶ୍ୱାସରୁ ଚିକିତ୍ସା କରିବାକୁ ଯାଇ ମାଆ ଛୁଆକୁ ଚେଙ୍କ ଦେବାରୁ ୩ ବର୍ଷୀୟ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏମିତି ଅଭିଯୋଗ ଆସିଚି କେନ୍ଦୁଝର ପଣ୍ଡାପଡ଼ା ଥାନା ବିନ୍ଦାଗାଁରୁ। ବିନ୍ଦାଗାଁର ବିରଞ୍ଚି ନାୟକଙ୍କ ପୁଅ ଶିଶୁଟିର ପେଟ ବଥା ହେବାରୁ ଗତକାଲି ତା’ ମାଆ ତାକୁ ଚେଙ୍କ ଦେଇଥିଲେ। ପରେ ଶିଶୁକୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ତା’ର ମୃତ୍ୟୁ ଘଟିଥିଲା। ତେବେ ଏହି […]

chenka

Rakesh Mallick
  • Published: Tuesday, 26 December 2017
  • , Updated: 26 December 2017, 10:19 PM IST

କେନ୍ଦୁଝର (ଓଡ଼ିଶା ରିପୋର୍ଟର): ପୁଣି ଚେଙ୍କ ନେଲା ଜୀବନ। ଅନ୍ଧ ବିଶ୍ୱାସରୁ ଚିକିତ୍ସା କରିବାକୁ ଯାଇ ମାଆ ଛୁଆକୁ ଚେଙ୍କ ଦେବାରୁ ୩ ବର୍ଷୀୟ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏମିତି ଅଭିଯୋଗ ଆସିଚି କେନ୍ଦୁଝର ପଣ୍ଡାପଡ଼ା ଥାନା ବିନ୍ଦାଗାଁରୁ।

ବିନ୍ଦାଗାଁର ବିରଞ୍ଚି ନାୟକଙ୍କ ପୁଅ ଶିଶୁଟିର ପେଟ ବଥା ହେବାରୁ ଗତକାଲି ତା’ ମାଆ ତାକୁ ଚେଙ୍କ ଦେଇଥିଲେ। ପରେ ଶିଶୁକୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ତା’ର ମୃତ୍ୟୁ ଘଟିଥିଲା।

ତେବେ ଏହି ଘଟଣାରେ ପରିବାର ଲୋକେ କିଛି ପ୍ରତିକ୍ରିୟା ଦେଇନାହାଁନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।

Related story