ରାୟଗଡ଼ାରେ ପ୍ରବେଶ କରିବା ସହ ରାଜ୍ୟର ସମସ୍ତ ଜିଲ୍ଲାକୁ ଛୁଇଁଲା କରୋନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ରାୟଗଡ଼ା ଜିଲ୍ଲାକୁ ଛୁଇଁଲା କରୋନା। ଏଠାରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟର ସମସ୍ତ ୩୦ଟି ଯାକ ଜିଲ୍ଲାରେ ପହଞ୍ଚିଯାଇଛି କରୋନା ଭାଇରସ୍‌। 01 cases in Raygada (In quarantine centre. Delhi returnee) 41 cases in Ganjam (36 in quarantine centres. 10 Gujarat, 4 Maharastra, […]

corona

Jitendra Garnayak
  • Published: Wednesday, 03 June 2020
  • , Updated: 03 June 2020, 02:17 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶେଷରେ ରାୟଗଡ଼ା ଜିଲ୍ଲାକୁ ଛୁଇଁଲା କରୋନା। ଏଠାରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟର ସମସ୍ତ ୩୦ଟି ଯାକ ଜିଲ୍ଲାରେ ପହଞ୍ଚିଯାଇଛି କରୋନା ଭାଇରସ୍‌।


ନୂତନ ଭାବେ ଚିହ୍ନଟ ୧୪୩ ଜଣଙ୍କ ଆକ୍ରାନ୍ତଙ୍କ ମଧ୍ୟରେ ଏହି ବ୍ୟକ୍ତି ଜଣଙ୍କ ଅଛନ୍ତି। ସେ ଦିଲ୍ଲୀରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ଏହି ୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ଅନ୍ୟ ୧୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି।

୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ କେନ୍ଦ୍ରାପଡ଼ା ଜିଲ୍ଲାର ହୋଇଥିବା ବେଳେ ୮ ଜଣ ନୂଆପଡ଼ାର, ୧୭ ଜଣ ସୋନପୁରର, ୪୧ ଜଣ ଗଞ୍ଜାମର, ୩ ଜଣ ଖୋର୍ଦ୍ଧାର, ୮ ଜଣ ମୟୂରଭଞ୍ଜର ଓ ଜଣେ ଦେବଗଡ଼ ଜିଲ୍ଲାର। ସେହିପରି ଅନୁଗୋଳରୁ ୩ ଜଣ ଥିବା ବେଳେ ବାଲେଶ୍ୱରରୁ ୨୪ ଓ ଭଦ୍ରକରୁ ୩ ଜଣ ଅଛନ୍ତି। କଳାହାଣ୍ଡି, ଗଜପତି ଓ ସମ୍ବଲପୁରରୁ ଯଥାକ୍ରମେ ୧, ୪ ଓ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ୨୩୮୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୫୪ ଜଣ ଚିକିତ୍ସାଧୀନ ଅଛନ୍ତି ଓ ୭ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୨ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିଲେ ବି ସେମାନଙ୍କର ଏଥିଯୋଗୁ ମୃତ୍ୟୁ ଘଟି ନଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ବାକିମାନେ ସୁସ୍ଥ ହୋଇସାରିଛନ୍ତି।

Related story