ଝିଅକୁ ଛାଡ଼ିବାକୁ ଗଲା ବେଳେ ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌, ଚାଲିଗଲା ଲିଫ୍ଟ ମାଗିଥିବା ବ୍ୟକ୍ତିଙ୍କ ଜୀବନ

ମୋହନା (ମିହିର ଯତି): ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ କାନକଟା ଘାଟିରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଶିଶୁଙ୍କ ସମେତ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କ ଘର ମୋହନା ଥାନା ଅନ୍ତର୍ଗତ ଡରାବ […]

accident

Tapaswini Nayak
  • Published: Friday, 18 February 2022
  • , Updated: 18 February 2022, 03:47 PM IST

ମୋହନା (ମିହିର ଯତି): ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ କାନକଟା ଘାଟିରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଶିଶୁଙ୍କ ସମେତ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସମସ୍ତ ଆହତଙ୍କ ଘର ମୋହନା ଥାନା ଅନ୍ତର୍ଗତ ଡରାବ ଗାଁରେ ବୋଲି ଜଣାପଡ଼ିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।  ମୃତକ ଜଣଙ୍କ ବାଟରୁ ଲିଫ୍ଟ ମାଗି ଯାଇଥିଲେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଡରାବ ଗାଁର ତ୍ରିନାଥ ବେହର ଦଳାଇଙ୍କ ପରିବାର ଲୋକେ ଆଜି ମଧ୍ୟାହ୍ଣ ସମୟରେ ଏକ ପିକ୍‌ଅପ୍ ଭ୍ୟାନ୍‌ରେ ଝିଅକୁ ଛାଡ଼ିବାକୁ ଶ୍ୱଶୁର ଘର ଗାଁ ଗଂଜାମ ଜିଲ୍ଲା ପଂକାଳକୁ ଯାଉଥିଲେ। ପିକ୍‌ଅପ୍‌ ଭ୍ୟାନରେ ମୋଟ ୧୫ ଜଣ ଥିଲେ। ତେବେ କାନକଟା ଘାଟିରେ ପିକ୍‌ଅପ୍‌ ଭ୍ୟାନଟି ଓଲଟି ପଡ଼ିଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Related story