ଭାଇକୁ ରାକ୍ଷୀ ବାନ୍ଧି ଫେରୁଥିବା ବେଳେ ପିଟି ଦେଲା ଟ୍ରକ୍

ଭବାନୀପାଟଣା (ରାଜକୁମାର ସିଂହଦେଓ): ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭାଇ ହାତରେ ରାକ୍ଷୀ ବାନ୍ଧି ଶାଶୁ ଘରକୁ ଫେରୁଥିବା ବେଳେ ଟ୍ରକ୍ ପିଟି ଦେବାରୁ ଚାଲିଗଲା ଜଣେ ମହିଳାଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭବାନୀପାଟଣା ସହରରେ। ମୃତ ମହିଳାଙ୍କ ନାଁ ରଚନା ମାଝୀ। ତାଙ୍କ ଶାଶୁ ଘର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରର ନିଚାମସ୍କା ଗାଁରେ। ଆଜି ସେ ତାଙ୍କ ସ୍ୱାମୀ ଦାନ ମାଝୀଙ୍କ ସହିତ ବାଇକ୍‌ରେ ଭବାନୀପାଟଣା ସହରର ବାହାଦଚର ବଗିଚାପଡ଼ାରେ […]

Dead

  • Published: Thursday, 11 August 2022
  • , Updated: 11 August 2022, 09:28 PM IST

ଭବାନୀପାଟଣା (ରାଜକୁମାର ସିଂହଦେଓ): ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭାଇ ହାତରେ ରାକ୍ଷୀ ବାନ୍ଧି ଶାଶୁ ଘରକୁ ଫେରୁଥିବା ବେଳେ ଟ୍ରକ୍ ପିଟି ଦେବାରୁ ଚାଲିଗଲା ଜଣେ ମହିଳାଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭବାନୀପାଟଣା ସହରରେ।

ମୃତ ମହିଳାଙ୍କ ନାଁ ରଚନା ମାଝୀ। ତାଙ୍କ ଶାଶୁ ଘର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରର ନିଚାମସ୍କା ଗାଁରେ। ଆଜି ସେ ତାଙ୍କ ସ୍ୱାମୀ ଦାନ ମାଝୀଙ୍କ ସହିତ ବାଇକ୍‌ରେ ଭବାନୀପାଟଣା ସହରର ବାହାଦଚର ବଗିଚାପଡ଼ାରେ ରହୁଥିବା ତାଙ୍କ ଭାଇଙ୍କ ଘରକୁ ଆସିଥିଲେ ରାକ୍ଷୀ ବାନ୍ଧିବାକୁ। ସେମାନଙ୍କ ସହିତ ଆଉ ଜଣେ ଯୁବତୀ ମଧ୍ୟ ଆସିଥିଲେ।

ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ପରେ ସେ ପୁଣି ତାଙ୍କ ସ୍ୱାମୀ ଓ ଉକ୍ତ ଯୁବତୀଙ୍କ ସହିତ ବାଇକ୍ ଯୋଗେ ନିଚାମସ୍କାକୁ ଫେରୁଥିଲେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ଭବାନୀପାଟଣା ସହରର ଘୋଡ଼ାଘାଟ ଛକ ନିକଟରେ ଏକ ଟ୍ରକ୍ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ରଚନା, ତାଙ୍କ ସ୍ୱାମୀ ଓ ଅନ୍ୟ ଯୁବତୀ ଜଣଙ୍କ ରାସ୍ତାରେ ଛିଟିକି ପଡ଼ିଥିଲେ।

ତିନି ଜଣ ଯାକ ଆହତ ହୋଇଥିବା ବେଳେ ସେମାନଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ରଚନାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସ୍ୱାମୀଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି।

ଦୁର୍ଘଟଣା ଘଟିବା ପରେ ଟ୍ରକ୍‌ ନେଇ ଡ୍ରାଇଭର ଫେରାର ହୋଇଯାଇଥିଲେ। ଭବାନୀପାଟଣା ଟାଉନ୍‌ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story