ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଇସ୍ପାତ କାରଖାନାର ବର୍ଜ୍ୟବସ୍ତୁ ନାଳ ଭିତରେ ଫସି ରହିଥିବା ୫ ଯୁବକଙ୍କ ମଧ୍ୟରୁ ଜଣକର ମୃତଦେହ ମିଳିଛି। ତେବେ ମୃତଦେହଟିକୁ ଚିହ୍ନଟ କରାଯାଇ ପାରିନି। ଗତକାଲି ସନ୍ଧ୍ୟା ପରେ ସର୍ଚ୍ଚ ଅପରେସନକୁ ବନ୍ଦ ରଖାଯାଇଥିଲା। ଆଜି ସକାଳୁ ପୁଣି ଅପରେସନ ଆରମ୍ଭ ହେବ।</p> <p>୫ ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଗତକାଲି ଓଡ୍ରାଫ୍, ଅଗ୍ନିଶମ ବାହିନୀ, ଓଡ଼ିଶା ପୋଲିସ, CISF ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ବୈଷୟିକ ଟିମ୍ ବର୍ଜ୍ୟବସ୍ତୁ ଟନେଲ ଭିତରକୁ ଯାଇ ଖୋଜାଖୋଜି କରିଥିଲେ। ତେବେ ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟମାନଙ୍କ ସନ୍ଧାନ ମିଳି ପାରି ନାହିଁ।</p> <p>ସୂଚନାମୁତାବକ, ଗତ ୩ ତାରିଖରେ RSP ବର୍ଜ୍ୟବସ୍ତୁ ନିଷ୍କାସନ ଟନେଲ ଦେଇ ଉଦିତନଗର ଶୀତଳପଡ଼ାର ୯ ଜଣ ଯୁବକ ପ୍ଲାଣ୍ଟ ଭିତରକୁ ଚୋରି ଉଦ୍ଦେଶ୍ୟରେ ପଶିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୫ ଜଣ ବାହାରି ଆସିଥିବା ବେଳେ ୪ ଜଣ ଫସି ରହିଥିଲେ। ସେମାନଙ୍କୁ ଉଦ୍ଧାର ପାଇଁ ପରଦିନ ଆଉ ଦୁଇଜଣ ଟନେଲ ଭିତରକୁ ଯାଇଥିବା ବେଳେ ସେମାନଙ୍କ ଭିତରୁ ପୁଣି ଜଣେ ଫସି ଯାଇଥିଲେ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।