୪ ବର୍ଷର ଶିଶୁ କନ୍ୟାକୁ ଚାପି ଦେଲା ଜେସିବି

ଅନୁଗୋଳ(ବିରଜା ଦାସ):ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ନୂଆଗାଁ ଗାଁରେ ଜେସିବି ମେସିନରେ ଚାପିହୋଇ ଜଣେ ୪ ବର୍ଷ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ତାଙ୍କ ନାଁ  ପିପିଲ ନାଏକ। ସୂଚନାଅନୁସାରେ, ଜିଲା ଖଣିଜ ପାଣ୍ଠିରୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ  ନିମନ୍ତେ ଜେସିବି ମେସିନ ସାହାଯ୍ୟରେ ନୂଆଗାଁର ଭାଲୁବୋଲ ସାହି ନିକଟରେ ପାଇପ ଲାଇନ କାମ ଚାଲିଥିଲା। ଏହି ସମୟରେ ଆଜି ଦିନ ପ୍ରାୟ ୧୨ଟା ବେଳେ ନୂଆଗାଁର ପଞ୍ଚୁ ନାଏକଙ୍କ ଝିଅ ତାଙ୍କ ଘର […]

accident

Jyoshna Pradhan
  • Published: Monday, 25 November 2019
  • , Updated: 25 November 2019, 02:52 PM IST

ଅନୁଗୋଳ(ବିରଜା ଦାସ):ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ନୂଆଗାଁ ଗାଁରେ ଜେସିବି ମେସିନରେ ଚାପିହୋଇ ଜଣେ ୪ ବର୍ଷ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ତାଙ୍କ ନାଁ  ପିପିଲ ନାଏକ।

ସୂଚନାଅନୁସାରେ, ଜିଲା ଖଣିଜ ପାଣ୍ଠିରୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ  ନିମନ୍ତେ ଜେସିବି ମେସିନ ସାହାଯ୍ୟରେ ନୂଆଗାଁର ଭାଲୁବୋଲ ସାହି ନିକଟରେ ପାଇପ ଲାଇନ କାମ ଚାଲିଥିଲା। ଏହି ସମୟରେ ଆଜି ଦିନ ପ୍ରାୟ ୧୨ଟା ବେଳେ ନୂଆଗାଁର ପଞ୍ଚୁ ନାଏକଙ୍କ ଝିଅ ତାଙ୍କ ଘର ବାହାରେ ଖେଳୁଥିଲା। ହେଲେ ଅସାବଧାନତା ବଶତଃ ପିପିଲ ଉପରେ ଜେସିବି ମେସିନ୍ ଚାପି ହୋଇଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକେ ଜେସିବି ମେସିନକୁ ଅଟକ ରଖିବା ସହିତ ଡ୍ରାଇଭରକୁ ଅଟକ ରଖିଛନ୍ତି। ଖବର ପାଇ  ଛେଣ୍ଡିପଦା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ଜେସିବି ମେସିନ୍‌କୁ ଜବତ କରିଛି।

Related story