ମହାନଦୀ ସେତୁ ଉପରେ ବାଇକ୍‌କୁ ପିଟିଲା କାର୍, ନଦୀରେ ପଡ଼ିଗଲେ ମହିଳା!

ବୌଦ୍ଧ (ଦୀପକ କୁମାର ଅଦର): ବୌଦ୍ଧରେ ମହାନଦୀ ସେତୁ ଉପରେ କାର୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ନିଖୋଜ ହୋଇଯାଇଛନ୍ତି। ମୃତକ ଜଣେ ପୁରୁଷ ହୋଇଥିବା ବେଳେ ନିଖୋଜ ଜଣେ ମହିଳା। ସେ ନଦୀରେ ଖସି ପଡ଼ିଥିବା ସୂଚନା ମିଳିଛି। ତାଙ୍କୁ ନଦୀରେ ଖୋଜାଖୋଜି କରିବା ପାଇଁ ପୁଲିସ୍ ଓ ଓଡ୍ରାଫ୍ ଟିମ୍ ପହଞ୍ଚିଛନ୍ତି।

ସୂଚନା ଅନୁଯାୟୀ, ବୌଦ୍ଧ ପଟରୁ ଏକ କାର(DL8CL6592) ଯାଉଥିବା ବେଳେ କିଆକଟା ପଟରୁ ଆସୁଥିବା ବାଇକ(OR 196729)କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ବାଇକ୍ ପଛରେ ବସିଥିବା ମହିଳାଙ୍କର ପତ୍ତା ମିଳି ନଥିଲା। ତେଣୁ ସେ କାର୍ ଧକ୍କାରେ ନଦୀରେ ପଡ଼ି ଯାଇଥିବା କୁହାଯାଉଛି।

ଖବର ଲେଖାଯିବା ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ନଥିଲା। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।