ଗାଧୁଆ ଘର କାନ୍ଥ ଭୁଶୁଡି ମହିଳା ମୃତ, ଜଣେ ଗୁରୁତର

କେନ୍ଦୁଝର: ଝୁମ୍ପୁରା ଥାନା ବଳଭଦ୍ରପୁର ଗାଁ ପୋଖରୀ ଘାଟରେ ଗାଧୁଆ ଘର ଭୁଶୁଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଶନିବାରୀ ବେଣ୍ଟକାର। ଏହି ଗାଧୁଆ ଘରଟି ଗାଁ ମହିଳାଙ୍କ ପାଇଁ ପୋଖରୀ ଘାଟରେ ନିର୍ମାଣ କରାଯାଇଥିଲା। ଏହି ଘଟଣାରେ ଅନ୍ୟ ଜଣେ ମହିଳା ବିମଳା ବେଣ୍ଟକାର ଗୁରୁତର ଆହତ ହୋଇଛନ୍ତି। ଗାଧୋଇବା ବେଳେ ଘରର କାନ୍ଥ ଉଭୟଙ୍କ ଉପରେ ପଡି ଯାଇଥିଲା। ଗୁରୁତର ଅବସ୍ଥାରେ ଝୁମ୍ପୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶନିବାରୀଙ୍କୁ […]

Rakesh Mallick
  • Published: Sunday, 17 September 2017
  • , Updated: 17 September 2017, 04:58 PM IST

କେନ୍ଦୁଝର: ଝୁମ୍ପୁରା ଥାନା ବଳଭଦ୍ରପୁର ଗାଁ ପୋଖରୀ ଘାଟରେ ଗାଧୁଆ ଘର ଭୁଶୁଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଶନିବାରୀ ବେଣ୍ଟକାର। ଏହି ଗାଧୁଆ ଘରଟି ଗାଁ ମହିଳାଙ୍କ ପାଇଁ ପୋଖରୀ ଘାଟରେ ନିର୍ମାଣ କରାଯାଇଥିଲା। ଏହି ଘଟଣାରେ ଅନ୍ୟ ଜଣେ ମହିଳା ବିମଳା ବେଣ୍ଟକାର ଗୁରୁତର ଆହତ ହୋଇଛନ୍ତି।

ଗାଧୋଇବା ବେଳେ ଘରର କାନ୍ଥ ଉଭୟଙ୍କ ଉପରେ ପଡି ଯାଇଥିଲା। ଗୁରୁତର ଅବସ୍ଥାରେ ଝୁମ୍ପୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶନିବାରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବିମଳାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Related story