ଆପଣଙ୍କ ଘରେ ବିପଦ୍ଜନକ ଅବସ୍ଥାରେ ଇଲେକ୍ଟ୍ରି ତାର ଓହଳିଛି କି? ହୁସିଆର୍! ନେଇପାରେ ଜୀବନ

କାମାକ୍ଷାନଗର (ରାକେଶ ଦେହୁରୀ): ଆପଣଙ୍କ ଘରେ ଇଲେକ୍ଟ୍ରି ତାର ଓୟାରିଂ ଠିକ୍‌ ଅଛି ତ? ଘରେ ଯାଇଥିବା ତାରରେ ମଝିରେ ମଝିରେ ଜଏଣ୍ଟ ନାହିଁ ତ? ଯଦି ଅଛି ତାକୁ ଠିକ୍‌ରେ ଯାଞ୍ଚ କରନ୍ତୁ। ନହେଲେ ତାହା ଜୀବନ ନେଇପାରେ, କିମ୍ବା କୌଣସି ଅଘଟଣ ବି ଘଟାଇ ପାରେ। ଆଜି ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ। ବେହୁସିଆର ଯୋଗୁ ଜଣଙ୍କର ଜୀବନ ଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ […]

1234

1234

Ordigital Desk
  • Published: Wednesday, 23 May 2018
  • Updated: 23 May 2018, 05:26 PM IST

Sports

Latest News

କାମାକ୍ଷାନଗର (ରାକେଶ ଦେହୁରୀ): ଆପଣଙ୍କ ଘରେ ଇଲେକ୍ଟ୍ରି ତାର ଓୟାରିଂ ଠିକ୍‌ ଅଛି ତ? ଘରେ ଯାଇଥିବା ତାରରେ ମଝିରେ ମଝିରେ ଜଏଣ୍ଟ ନାହିଁ ତ? ଯଦି ଅଛି ତାକୁ ଠିକ୍‌ରେ ଯାଞ୍ଚ କରନ୍ତୁ। ନହେଲେ ତାହା ଜୀବନ ନେଇପାରେ, କିମ୍ବା କୌଣସି ଅଘଟଣ ବି ଘଟାଇ ପାରେ। ଆଜି ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ। ବେହୁସିଆର ଯୋଗୁ ଜଣଙ୍କର ଜୀବନ ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ କୀର୍ତନପୁର ଗାଁରେ ଆଜି ଏକ ଅଘଟଣ ଘଟିଛି। ଗାଁର ଅର୍ଜୁନ ମୁଣ୍ଡା ନାମକ ବ୍ୟକ୍ତିଙ୍କ ଘରେ ବିପଦ୍ଜନକ ଭାବେ ଇଲେକ୍ଟ୍ରି ତାର ଓହଳି ରହିଥିଲା। ଏହାର ମରାମତି କରିବାକୁ କେବେ ଧ୍ୟାନ ଦିଆଯାଇ ନଥିଲା। ତେଣୁ ଆଜି ହିଁ ଘଟିଲା ଅଘଟଣ। ଘରେ କାମ କରୁଥିବା ବେଳେ ଅର୍ଜନଙ୍କ ପତ୍ନୀ ୨୫ ବର୍ଷୀୟା ଧୋବଲି ମୁଣ୍ଡ।, କବାଟରେ ବିପଦ୍ଜନକ ଅବସ୍ଥାରେ ଓହଳିଥିବା ଏକ ଇଲେକ୍ଟ୍ରି ତାରକୁ ବେହୁସିଆର ହୋଇ ଧରି ପକାଇଥିଲେ। ଫଳରେ ତାଙ୍କୁ ଇଲେକ୍ଟ୍ରିକ୍ ସକ୍ ଲାଗିଥିଲା ଓ ସେ ଗୁରୁତର ଭାବେ ଆଘାତ ପାଇଥିଲେ।  ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଡାକି ଧୋବଲି ମୁଣ୍ଡାଙ୍କୁ କାମାକ୍ଷାନଗର ମେଡିକାଲକୁ ନେଇଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅର୍ଜୁନ ମୁଣ୍ଡା ଜଣେ ଗରିବ ଲୋକ ହୋଇଥବାରୁ ତାଙ୍କୁ ସରକାରୀ ସହ।ୟତା ଦେବାକୁ ବାମ ପଂଚାୟତ ସରପଞ୍ଚ ଭାରତୀ ସାହୁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos