ଫୁଲ ତୋଳିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକ ମୃତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ କଲୋନୀରେ ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟିଛି। ଫୁଲ ତୋଳିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କ୍ଷୀରୋଦ ଆଚାର୍ଯ୍ୟା। ଫୁଲ ଚୋରି ରୋକିବାକୁ କଲୋନୀର ଏକ ଗଛରେ ବିଦ୍ୟୁତ୍‌ ଲଗାଯାଇଥିବାରୁ ଏହା ସଂସ୍ପର୍ଶରେ ଆସି କ୍ଷୀରୋଦଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।  ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ରାସ୍ତା ଉପରେ ରଖି ନୟାଗଡ଼-ଖଣ୍ଡପଡ଼ା ରାସ୍ତା ଅବରୋଧ କରିଛନ୍ତି। ଏହି ଘଟଣାରେ ଖଣ୍ଡପଡ଼ା […]

death

Rakesh Mallick
  • Published: Sunday, 02 October 2016
  • , Updated: 02 October 2016, 01:34 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ କଲୋନୀରେ ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟିଛି। ଫୁଲ ତୋଳିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କ୍ଷୀରୋଦ ଆଚାର୍ଯ୍ୟା।

ଫୁଲ ଚୋରି ରୋକିବାକୁ କଲୋନୀର ଏକ ଗଛରେ ବିଦ୍ୟୁତ୍‌ ଲଗାଯାଇଥିବାରୁ ଏହା ସଂସ୍ପର୍ଶରେ ଆସି କ୍ଷୀରୋଦଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।  ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ରାସ୍ତା ଉପରେ ରଖି ନୟାଗଡ଼-ଖଣ୍ଡପଡ଼ା ରାସ୍ତା ଅବରୋଧ କରିଛନ୍ତି।

ଏହି ଘଟଣାରେ ଖଣ୍ଡପଡ଼ା ବ୍ଳକ୍‌ ଡ୍ରାଇଭର୍ କୃଷ୍ଣ ପଟ୍ଟନାୟକଙ୍କ ହାତ ଥିବା ସନ୍ଦେହ କରି ଲୋକେ ପୋଲିସର ଜିମା ଦେଇଛନ୍ତି। ନୟାଗଡ଼ ପୋଲିସ୍‌ ଘଟଣାର ତଦନ୍ତ କରୁଛି।

Related story