ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲାର ଯାଆଁଳ ସ୍ଥିତ ଭୁଆସୁଣୀ ମନ୍ଦିର ନିକଟରେ ଏକ ଦୁର୍ଘଟଣା ଘଟିଛି। ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଛି।
ମନ୍ଦିର ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଆଉ ଏକ ଟ୍ରକ୍ ପିଟି ଦେଇଥିଲା। ଏଥିରେ ଧକ୍କା ଦେଇଥିବା ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ଜଣାପଡ଼ିନାହିଁ।
କୁହୁଡ଼ି ଯୋଗୁ ଏ ଘଟଣା ଘଟିଛି ବୋଲି କୁହାଯାଉଛି।
ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାରେ କଟକ-ଚାନ୍ଦବାଲି ରାସ୍ତାର କାତ୍ତିଆ ଛକରେ ଏକ ବୋଲେରୋ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏ ଦୁର୍ଘଟଣା ବି କୁହୁଡ଼ି ଯୋଗୁ ହୋଇଥିଲା ବୋଲି ସୂଚନା ଆସିଥିଲା।