ବୀରମିତ୍ରପୁର (ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ହାତୀବାରି ରାସ୍ତାରେ ଥିବା କାଲୋସିହିରିଆ ବ୍ରିଜ ନିକଟରେ ଟ୍ରକ୍ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମହମ୍ମଦ ସହବାଜ ଖାଁ (୨୮)। ତାଙ୍କ ଘର କୁଆଁରମୁଣ୍ଡା ନିକଟସ୍ଥ ଭାଟ୍ଟିଟୋଲାରେ ବୋଲି ଜଣାପଡ଼ିଛି।
ସହବାଜ କୌଣସି କାମରେ ହାତୀବାରି ଅଞ୍ଚଳକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଦଶ ଚକିଆ ଟ୍ରକ୍ ତାଙ୍କୁ ପିଟି ଦେଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।
ଖବର ପାଇ କୁଆଁରମୁଣ୍ଡା ଫାଣ୍ଡି ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ ଓ ସ୍କୁଟିକୁ ଜବତ କରିଥିଲା। ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଟ୍ରକ୍ ଚାଳକ ଫେରାର ହୋଇଯାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓଏଏସ୍ ବଦଳି: ମଧୁମିତା ନାୟକ ଇଏସଆଇ ନିର୍ଦ୍ଦେଶିକା
ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ। ଅଶୋକ କୁମାର ପଣ୍ଡାଙ୍କୁ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି।
Miscellaneous
ଡିଜିପି ସମ୍ମିଳନୀ ପାଇଁ ଲୋକସେବା ଭବନରେ କଟକଣା: କେବଳ ମନ୍ତ୍ରୀ-ସଚିବଙ୍କ କାରକୁ ମିଳିବ ପାର୍କିଂ ଅନୁମତି
ପୁଲିସ ଡିଜି ସମ୍ମିଳନୀ ପାଇଁ ବୁଧବାରଠୁ ଲୋକସେବା ଭବନରେ ବିଭିନ୍ନ କଟକଣା ଜାରି ହେବ। ପାର୍କିଂ ପାଇଁ ଆବଶ୍ୟକ ଗାଇଡଲାଇନ୍ ଜାରି କଲେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆର୍.କେ ଶର୍ମା।
Crime
ବୈକୁଣ୍ଠଧାମ ଆଶ୍ରମରେ ଚାଲୁଥିଲା ଯୌନ ଉତ୍ପୀଡନ!
ଅଭିଯୋଗ ଅନୁସାରେ ଥରେ ଲୀନାଙ୍କୁ ଫୋନ୍ କରୁଥିବା ଆଶ୍ରମର ବାବା କ୍ରିଷ୍ଣ ମାଧବଙ୍କ ସହ ଯୋଗାଯୋଗ କରିଥିଲେ ଜିତେନ। ଏଥିପାଇଁ ସେ ୨,୦୦,୦୦୦ ଟଙ୍କା ମାଗିଲା। ୨,୦୦,୦୦୦ ଟଙ୍କା ଦେଲେ ଲୀନାଙ୍କୁ ଛାଡ଼ିଦେବି ବୋଲି କ୍ରିଷ୍ଣା କହିଥିଲେ।
Miscellaneous
୨୯ ଅପରାହ୍ନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ, ରାଜଭବନ ପର୍ଯ୍ୟନ୍ତ ରୋଡ୍ ସୋ। ଦଳୀୟ ସାଂସଦ, ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ପଦାଧିକାରୀଙ୍କୁ ଦେବେ ଗୁରୁମନ୍ତ୍ର।
Miscellaneous
ଜାନୁଆରୀ ୫ରୁ ଆଦିବାସୀ ମେଳା, ପ୍ରବାସୀ ବି ଦେଖିବେ ଓଡ଼ିଶାର ଆଦିବାସୀ ସଂସ୍କୃତି
ଚଳିତଥର ମେଳାକୁ ପ୍ରବାସୀ ଭାରତୀୟମାନେ ଆସିବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି। ଆଦିବାସୀଙ୍କ କଳା, ସଂସ୍କୃତି, ପରମ୍ପରା ଓ ହସ୍ତତନ୍ତ ଆଦିର ବ୍ୟାପକ ପ୍ରଚାରପ୍ରସାର ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର।