ଯେଉଁ ବସ୍‌ରେ ବସିଥିଲେ ସେହି ବସ୍ ଚାପି ଦେଲା

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ଯେଉଁ ବସ୍‌ରେ ଯାଉଥିଲେ ସେହି ବସ୍ ତାଙ୍କ ଉପରେ ଚଢ଼ିଗଲା। ଆଜି କଟକ ଜିଲ୍ଲା ଜଗତପୁର ନିକଟରେ ଏମିତି ଏକ ଦୁଃଖଦ ଘଟଣା ଘଟିଯାଇଛି। ମୃତକ ଜଣେ ବାଳକ। ତାଙ୍କୁ ପ୍ରାୟ ୭ ବର୍ଷ ହୋଇଥିବ ବୋଲି ଅନୁମାନ କରାଯାଉଛି। ତେବେ ତାଙ୍କ ପରିଚୟ ମିଳିପାରି ନାହିଁ। କଟକ ଜିଲ୍ଲା ଜଗତପୁରର ଖଇରା ନାଳ ପୋଲ ଉପରେ ଆଜି ଏ ଦୁର୍ଘଟଣା ଘଟିଛି। ଚଣ୍ଡିଖୋଲରୁ କଟକ ଅଭିମୁଖେ ଯାଉଥିବା ବାବାମଣି ନାମକ […]

bus1

Jitendra Garnayak
  • Published: Saturday, 16 February 2019
  • , Updated: 16 February 2019, 11:44 AM IST

ଚୌଦ୍ୱାର (ପ୍ରକାଶ କୁମାର ନାୟକ): ଯେଉଁ ବସ୍‌ରେ ଯାଉଥିଲେ ସେହି ବସ୍ ତାଙ୍କ ଉପରେ ଚଢ଼ିଗଲା। ଆଜି କଟକ ଜିଲ୍ଲା ଜଗତପୁର ନିକଟରେ ଏମିତି ଏକ ଦୁଃଖଦ ଘଟଣା ଘଟିଯାଇଛି। ମୃତକ ଜଣେ ବାଳକ। ତାଙ୍କୁ ପ୍ରାୟ ୭ ବର୍ଷ ହୋଇଥିବ ବୋଲି ଅନୁମାନ କରାଯାଉଛି। ତେବେ ତାଙ୍କ ପରିଚୟ ମିଳିପାରି ନାହିଁ।

କଟକ ଜିଲ୍ଲା ଜଗତପୁରର ଖଇରା ନାଳ ପୋଲ ଉପରେ ଆଜି ଏ ଦୁର୍ଘଟଣା ଘଟିଛି। ଚଣ୍ଡିଖୋଲରୁ କଟକ ଅଭିମୁଖେ ଯାଉଥିବା ବାବାମଣି ନାମକ ଏକ ଘରୋଇ ବସ୍‌ ପୋଲ ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲା। ବସ୍‌ଟି ଦ୍ରୁତ ଗତିରେ ଆସି ଟ୍ରକ୍‌ ପଛରେ ପିଟି ହୋଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

ଟ୍ରକ୍‌ ପଛରେ ଧକ୍କା ଦେବା ପରେ ବସ୍‌ର ଆଗ କାଚ ଭାଙ୍ଗି ଯାଇଥିଲା ଏବଂ କ୍ୟାବିନ୍‌ରେ ବସିଥିବା ଉକ୍ତ ବାଳକ ଜଣଙ୍କ ଛିଟିକି ତଳେ ପଡ଼ି ଯାଇଥିଲେ। ବସ୍‌ ଧକ୍କାରେ ଟ୍ରକ୍‌ଟି ଆଗକୁ ଗଡ଼ି ଯାଇଥିଲା। ତା’ସହିତ ବସ୍‌ଟି ବି ଆଗକୁ ଗଡ଼ି ଯାଇଥିଲା। ବସ୍‌ଟି ଗଡ଼ି ଯିବା ଯୋଗୁ ତଳେ ପଡ଼ିଯାଇଥିବା ପିଲାଟି ଉପରେ ଆଗ ଚକ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ପିଲାଟିର ମୃତ୍ୟୁ ଘଟିଥିଲା। 

ଏହି ଦୁର୍ଘଟଣାରେ ୫ ଜଣ ବସ୍‌ ଯାତ୍ରୀ ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଜଗତପୁର ଥାନା ପୁଲିସ୍ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Related story