ରାଉରକେଲାରେ ମାତିଛନ୍ତି ହାତୀପଲ

Ordigital Desk
  • Published: Thursday, 04 January 2018
  • , Updated: 04 January 2018, 11:40 AM IST
<p>ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲାରେ ମାତିଛନ୍ତି ହାତୀ ପଲ। ବିଶ୍ରା ଓ ରାୟବଗା ଅଞ୍ଚଳରେ ହାତୀଙ୍କ ଉତ୍ପାତ ଚାଲିଛି। ଆକ୍ରମଣରେ ବିଶ୍ରା ଫରେଷ୍ଟ ରେଞ୍ଜ କାତେପୁର ନିକଟ ବଡ଼ଜୋଜା ଗାଁର ଜର୍ଜ ଲୁଗୁନ୍&zwnj;ଙ୍କ ମୃତ୍ୟୁ ଘଟିଛି। ସେ ସକାଳେ ଶୌଚ ହେବାପାଇଁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ କଚାଡ଼ି ମାରି ଦେଇଥିଲା। ସେହିଭଳି ବୀରମିତ୍ରପୁର ନିକଟ ରାୟବଗା ଥାନା ଅନ୍ତର୍ଗତ ଦଲକିରେ ମଧ୍ୟ ୧୨ ବଣୁଆ ହାତୀଙ୍କ ଉପଦ୍ରବ ଚଳାଇଛନ୍ତି। ହାତୀ ପଲ ବ୍ୟାପକ ଫସଲ ନଷ୍ଟ କରିବା &nbsp;ସହ ୬ ଘର ଭାଙ୍ଗି ଦେଇଛନ୍ତି। ହାତୀ ପଲଙ୍କୁ ଶୀଘ୍ର ଦୂର ସ୍ଥାନକୁ ଘଉଡ଼ାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।</p>

Related story