ଧାନକଟା ଗାଡ଼ିକୁ ପଛରୁ ପିଟିଲା ଟାଟା ଏସି: ଜଣେ ମୃତ, ୨ ଆହତ

ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟରେ ଏନଏଚ୍‌ ୧୬ରେ ଏକ ଧାନକଟା ଗାଡ଼ିକୁ ଏକ ଟାଟା ଏସି ପଛପଟୁ ଧକ୍କା ଦେବା ଯୋଗୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାଁ ତ୍ରୈଲୋକ୍ୟ ନାୟକ। ତାଙ୍କ ଘର ମଙ୍ଗଳପୁର ଥାନା କମାରଡ଼ିହ ଅଞ୍ଚଳରେ। ଆହତମାନେ ବାଲିଅନ୍ତା ଥାନା ପାହାଳ ଅଞ୍ଚଳରେ ବୋଲି ଜଣାପଡ଼ିଛି।  ବଡ଼ଚଣା ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଇଛି। ଆଜି ସକାଳେ ଏମାନେ […]

tataac

tataac

Jitendra Garnayak
  • Published: Monday, 10 December 2018
  • Updated: 10 December 2018, 01:50 PM IST

Sports

Latest News

ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟରେ ଏନଏଚ୍‌ ୧୬ରେ ଏକ ଧାନକଟା ଗାଡ଼ିକୁ ଏକ ଟାଟା ଏସି ପଛପଟୁ ଧକ୍କା ଦେବା ଯୋଗୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।

[caption id="attachment_311076" align="aligncenter" width="750"]injured ଦୁଇ ଆହତ[/caption]

ମୃତକଙ୍କ ନାଁ ତ୍ରୈଲୋକ୍ୟ ନାୟକ। ତାଙ୍କ ଘର ମଙ୍ଗଳପୁର ଥାନା କମାରଡ଼ିହ ଅଞ୍ଚଳରେ। ଆହତମାନେ ବାଲିଅନ୍ତା ଥାନା ପାହାଳ ଅଞ୍ଚଳରେ ବୋଲି ଜଣାପଡ଼ିଛି।  ବଡ଼ଚଣା ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଇଛି।

ଆଜି ସକାଳେ ଏମାନେ ଟାଟା ଏସି ଗାଡ଼ିରେ ଚଣ୍ଡିଖୋଲରୁ କଟକ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଟାଟା ଏସିର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଛି।

ବୈରୀ ଥାନା ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos