ଗାଧୋଇବା ବେଳେ ଭାସିଗଲେ

ପୁରୀ (ଓଡ଼ିଶା ରିପୋର୍ଟର): ଗାଧୋଇବା ବେଳେ ତିନି ସାଙ୍ଗଙ୍କ ଆଗରେ ଭାସିଗଲେ ସାଥୀ। ଆଜି ଏମିତି ଘଟଣା ଶ୍ରୀକ୍ଷେତ୍ର ପୁରୀରେ ଘଟିଛି। ଉଦ୍ଧାରକାରୀ ଦଳ ଖୋଜୁଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନାହିଁ। ବାଙ୍କୀ କଲେଜର ଯୁକ୍ତ ୩ ବର୍ଷର ତୃତୀୟ ବର୍ଷରେ ପଢ଼ୁଥିବା ଛାତ୍ର ଭାବରଞ୍ଜନ ଦାଶ ଓ ତାଙ୍କର ତିନି ସାଥୀ ଶ୍ରୀକ୍ଷେତ୍ର ବୁଲିବାକୁ ଯାଇଥିଲେ। ସେମାନେ ପୁରୀ ହୋଟେଲ୍‌ ବିଚ୍‌ରେ ଗାଧୋଉଥିଲେ। ଏହି ସମୟରେ ଆସିଥିବା ଲହଡିରେ ଭାବରଞ୍ଜନ ଭାସି ଯାଇଥିଲେ। ଅନ୍ୟ ସାଥୀମାନେ […]

drowning2

Manoranjan Sial
  • Published: Friday, 29 March 2019
  • , Updated: 29 March 2019, 04:28 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଗାଧୋଇବା ବେଳେ ତିନି ସାଙ୍ଗଙ୍କ ଆଗରେ ଭାସିଗଲେ ସାଥୀ। ଆଜି ଏମିତି ଘଟଣା ଶ୍ରୀକ୍ଷେତ୍ର ପୁରୀରେ ଘଟିଛି। ଉଦ୍ଧାରକାରୀ ଦଳ ଖୋଜୁଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନାହିଁ।

ବାଙ୍କୀ କଲେଜର ଯୁକ୍ତ ୩ ବର୍ଷର ତୃତୀୟ ବର୍ଷରେ ପଢ଼ୁଥିବା ଛାତ୍ର ଭାବରଞ୍ଜନ ଦାଶ ଓ ତାଙ୍କର ତିନି ସାଥୀ ଶ୍ରୀକ୍ଷେତ୍ର ବୁଲିବାକୁ ଯାଇଥିଲେ। ସେମାନେ ପୁରୀ ହୋଟେଲ୍‌ ବିଚ୍‌ରେ ଗାଧୋଉଥିଲେ। ଏହି ସମୟରେ ଆସିଥିବା ଲହଡିରେ ଭାବରଞ୍ଜନ ଭାସି ଯାଇଥିଲେ। ଅନ୍ୟ ସାଥୀମାନେ କୂଳକୁ ଆସି ଉଦ୍ଧାରକାରୀ ଦଳଙ୍କୁ ଖବର ଦେଇଥିଲେ। ଉଦ୍ଧାରକାରୀ ଦଳ ସମୁଦ୍ର ଭିତରକୁ ଯାଇ ଭାବରଞ୍ଜନଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲା।

Related story