ନାଳରେ ପୋତି ହୋଇ ହାତୀ ଛୁଆର ମୃତ୍ୟୁ

Ordigital Desk
  • Published: Saturday, 04 November 2017
  • , Updated: 04 November 2017, 09:23 AM IST
<p>ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଖଳିନାଳରେ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି। ନାଳ ପାର ହେଲା ବେଳେ ଖସି ପଡ଼ି ହାତୀଛୁଆଟି ପୋତି ହୋଇଯିବାରୁ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି।</p> <p>ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳକୁ ବନବିଭାଗର ଏକ ଟିମ୍ ଯାଇଛି। ତେବେ ହାତୀଟି ମାଇ କି ଅଣ୍ଡିରା ତାହା ଜଣାପଡ଼ି ନାହିଁ।</p> <p>ସୂଚନାଯୋଗ୍ୟ ଗତକାଲି ଖୋର୍ଦ୍ଧା ଜିଲ୍ଲା ନିରାକାରପୁରର ମଞ୍ଜରିଆପାଟଣାର ପ୍ରଭାକର ବେହେରାଙ୍କ ବାଡ଼ିପଟ କୂଅରେ ଏକ ହାତୀ ଛୁଆ ପଡ଼ି ଯାଇଥିଲା।&nbsp; ଖବର ପାଇ ଖୋର୍ଦ୍ଧା ବନବିଭାଗ ପହଞ୍ଚି ହାତୀଟିକୁ ଉଦ୍ଧାର କରିଥିଲା।</p>

Related story