ମାଲକାନଗିରି (ଜିତେନ୍ଦ୍ର ବେଉରା):ନକ୍ସଲ ଭୟରେ ମାଲକାନଗିରି ଜିଲ୍ଲା ଡାବୁଗୁଡାର ବହୁ ଲୋକ ଭିଟାମାଟି ଛାଡ଼ି ସାରିଲେଣି। ପୁଣି ଗୋଟିଏ ପରିବାରର ୧୩ ଜଣ ପ୍ରାଣ ବିକଳରେ ଭିଟାମାଟି ଛାଡିଥିବା ଜଣାଯାଇଛି। ଡାବୁଗୁଡା ଏନକାଉଣ୍ଟରରେ ନକ୍ସଲ କମାଣ୍ଡର ରାକେଶର ମୃତ୍ୟୁ ପରେ ନକ୍ସଲମାନେ ପ୍ରଜାକୋର୍ଟ କରି ଏହି ପରିବାର ସମସ୍ତ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏତିକିରେ ସରି ନ ଥିଲା ସେମାନଙ୍କ ନିର୍ଯାତନା । ନକ୍ସଲମାନେ ସେମାନଙ୍କର ଘର ଏବଂ ଆସବାବପତ୍ର ମଧ୍ୟ ଭଙ୍ଗାରୁଜା କରିଥିଲେ । ଫସଲ ମଧ୍ୟ ନକାଟିବାକୁ ପରିବାର ସଦସ୍ୟଙ୍କୁ ଚେତାବନୀ ଦେଇଥିଲେ।
ଏଥିରେ ଭୟଭୀତ ହୋଇ ପଡ଼ିଥିବା ପରିବାର ଲୋକେ ଗାଁ ଛାଡି ପଳାଇଥିଲେ । ନକ୍ସଲଙ୍କ ଚେତାବନୀ ନେଇ ସେମାନେ ମୁଦୁଲିପଡା ଥାନାରେ ଏତଲା ଦେବାସହ ସୁରକ୍ଷା ନେଇ ଏସ୍ପିଙ୍କୁ ଗୁହାରୀ କରିଛନ୍ତି । ମାଓବାଦୀ ଭୟରେ ବର୍ତ୍ତମାନ ସୁଦ୍ଧା ଡାବୁଗୁଡା ଗାଁର ପ୍ରାୟ ଶହେରୁ ଅଧିକ ଲୋକ ଗାଁ ଛାଡିଥିବା ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଗଛରେ ପିଟି ହେଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ
ଗଛରେ ପିଟି ହୋଇଗଲା ବାଇକ୍। ଆଉ ଦୁଇ ବାଇକ୍ ଚାଳକଙ୍କ ମଧ୍ୟରୁ ଜଣେ ଆଖି ବୁଜିଥିବା ବେଳେ ଆଉ ଜଣେ ମରଣ ସହ ସଂଘର୍ଷ କରୁଛନ୍ତି।
Science & Environment
୬ ଥିଲା ୧୨ରେ ପହଞ୍ଚିଲା; ୩ ବର୍ଷରେ ଦୁଇ ଗୁଣା ବଢିଛି ବାଘ ସଂଖ୍ୟା
୨୦୨୧ ମସିହାରେ ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ କଲରାପତରିଆ ବାଘ ସଂଖ୍ୟା ୬ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୨ରେ ପହଞ୍ଚିଛି। ଯାହା ଜଙ୍ଗଲ ବିଭାଗ ପାଇଁ ଆଣିଛି ଖୁସି ଖବର।
Weather
ଆଜିଠୁ ବଦଳିବ ପାଗ; କମିବ ବର୍ଷା, ବଢ଼ିବ କୁହୁଡି
କମିବ ବର୍ଷା, ବଢ଼ିବ କୁହୁଡି। ରାଜ୍ୟରେ ଆଜିଠୁ ବର୍ଷାର ପରିମାଣ ସାମାନ୍ୟ କମିବାକୁ ଥିବା ବେଳେ କାଲିଠୁ ସମ୍ପୂର୍ଣ୍ଣ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Politics
ଶେଷରେ ନବୀନଙ୍କୁ ବି ଛାଡ଼ିଲେନି ପାଣ୍ଡିଆନ, କହିଲେ ଓଡ଼ିଶାରେ ଓଡ଼ିଆ କହିବା ଜରୁରୀ
ବିଜେଡିର ପ୍ରତିଷ୍ଠା ଦିବସର ଠିକ୍ ଦିନକ ପୂର୍ବରୁ ଏଭଳି ପୋଷ୍ଟ କରାଗଲା କାହିଁକି? ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନ କ’ଣ ପୁଣିଥରେ ବିଜେଡିରେ ସକ୍ରିୟ ହୋଇ ଆଗକୁ ଆସିବାକୁ ଚାହୁଁଛନ୍ତି କି?
Miscellaneous
ସରକାରୀ ଯୋଜନାରୁ ବାଦ୍ ପଡ଼ିବେ ଅଯୋଗ୍ୟ ଚାଷୀ: ପ୍ରକୃତ ଚାଷୀ ଖୋଜିବାକୁ ନୂଆ ବର୍ଷରୁ ପଞ୍ଜୀକରଣ
ପୁରୁଣା ସରକାରରେ ଅଣଚାଷୀ ଓ ଦଳୀୟ ଭିତ୍ତିରେ ଚାଷୀଙ୍କ ପାଇଁ ସରକାରୀ ଯୋଜନା ବାଣ୍ଟିବା ଏକ ବଡ଼ ପ୍ରସଙ୍ଗ ଥିଲା।