ପୁରୀରେ ପୁଣି ଫୁଟିଲା ଗୁଳି, ଜଣେ ମୃତ

ପୁରୀ (ଓଡ଼ିଶା ରିପୋର୍ଟର): ପୁଣି ଅଶାନ୍ତ ହେଲା ପୁରୀ ସହର। ପୁଣି ଫୁଟିଲା ଗୁଳି। ଆଉ ଚାଲିଗଲା ଜଣଙ୍କ ଜୀବନ। ଆଜି ରାତି ପ୍ରାୟ ୯ଟା ବେଳେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ଶିବରାମ ପାତ୍ର। ତାଙ୍କ ଘର ସହରର ତଳୁଚ୍ଛସାହିରେ। ସେ ଜଣେ ବ୍ୟବସାୟୀ ଥିଲେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣାରେ ଜଣକୁ ଅଟକ ରଖିଛି ପୁଲିସ୍। ତା’ ନାଁ ଚନ୍ଦନ ବାରିକ ବୋଲି ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାରୁ ଏହି […]

gun

Jitendra Garnayak
  • Published: Tuesday, 24 May 2022
  • , Updated: 24 May 2022, 09:44 PM IST

ପୁରୀ (ଓଡ଼ିଶା ରିପୋର୍ଟର): ପୁଣି ଅଶାନ୍ତ ହେଲା ପୁରୀ ସହର। ପୁଣି ଫୁଟିଲା ଗୁଳି। ଆଉ ଚାଲିଗଲା ଜଣଙ୍କ ଜୀବନ। ଆଜି ରାତି ପ୍ରାୟ ୯ଟା ବେଳେ ଘଟିଛି ଏହି ଘଟଣା।

ମୃତକଙ୍କ ନାଁ ଶିବରାମ ପାତ୍ର। ତାଙ୍କ ଘର ସହରର ତଳୁଚ୍ଛସାହିରେ। ସେ ଜଣେ ବ୍ୟବସାୟୀ ଥିଲେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣାରେ ଜଣକୁ ଅଟକ ରଖିଛି ପୁଲିସ୍। ତା’ ନାଁ ଚନ୍ଦନ ବାରିକ ବୋଲି ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାରୁ ଏହି ଗୁଳିମାଡ଼ ହୋଇଥିବା ପୁରୀ ଏସ୍‌ପି ସୂଚନା ଦେଇଛନ୍ତି। ଅଟକ ବ୍ୟକ୍ତିକୁ ପଚରାଉଚରା କରାଯାଉଥିବା ସେ କହିଛନ୍ତି।

ପୁରୀ ଏମାର ମଠ ନିକଟ କାକୁଡ଼ିଖାଇ ଛକରେ ଏହି ଘଟଣା ଘଟିଛି। ଚନ୍ଦନ ଓ ଅନ୍ୟ ଜଣେ ବ୍ୟକ୍ତି ଶିବରାମଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଚନ୍ଦନ ହିଁ ଗୁଳି ଚଳାଇଥିଲା ବୋଲି କୁହାଯାଉଛି। ଘଟଣାସ୍ଥଳରେ ହିଁ ଶିବରାମଙ୍କ ମୃତ୍ୟୁ ଘଟିଥିଲା। ଶିବରାମ ତାଙ୍କ ବାଇକ୍‌ରେ ବଡ଼ଦାଣ୍ଡ ଆଡ଼କୁ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳି କରାଯାଇଥିଲା। ତାଙ୍କ ମୁଣ୍ଡରେ ଦୁଇଟି ଗୁଳି ବାଜିଛି। ତାଙ୍କର ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ସିଂହଦ୍ୱାର ଥାନା ପୁଲିସ୍ ଶିବରାମଙ୍କୁ ଉଦ୍ଧାର କରି ପୁରୀ ଡାକ୍ତରଖାନାକୁ ପଠାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ ପୁଲିସ୍ ସଙ୍ଗେ ସଙ୍ଗେ ଆକ୍ସନ ମୁଡ୍‌କୁ ଆସିଥିଲା। ସହରର ବିଭିନ୍ନ ଥାନାକୁ ତୁରନ୍ତ ସୂଚନା ଦିଆଯାଇ ତ୍ୱରିତ ପଦକ୍ଷେପ ନିଆଯିବା ଯୋଗୁ ଜଣେ ଅଭିଯୁକ୍ତକୁ ଧରିବାରେ ପୁଲିସ୍ ସକ୍ଷମ ହୋଇଛି। ଘଟଣାର ଅଧିକ ତଦନ୍ତ ଚାଲିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ମାର୍ଚ୍ଚ ୧୬ ତାରିଖରେ ପୁରୀରେ ଫୁଟିଥିଲା ଗୁଳି। ଏଥିରେ ଯାଇଥିଲା ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ। କୃଷ୍ଣଚନ୍ଦ୍ର ବାରବାଟୀ ଜାଗା ଘରେ ବସିଥିବା ବେଳେ ତାଙ୍କ ଉପରକୁ ତିନି ରାଉଣ୍ଡ ଫାୟାରିଂ କରାଯାଇଥିଲା। ଅତି ନିକଟରୁ ତାଙ୍କୁ ଗୁଳିମାଡ଼ କରାଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳକୁ ସେ ପ୍ରାଣ ହରାଇ ସାରିଥିଲେ। ଏହି ମାମଲାରେ ୧୦ ଜଣଙ୍କୁ ଗିରଫ କରାଯାଇଛି।

 

Related story