ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଡିଭିଏଫ୍ ଯବାନ ସହିଦ

Ordigital Desk
  • Published: Tuesday, 10 April 2018
  • , Updated: 10 April 2018, 07:38 AM IST
<p>ରାୟଗଡ଼ା( ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ନିୟମଗିରି ପାଦ ଦେଶରେ ଥିବା ସକଟା ଗାଁ ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ଏଥିରେ ଜଣେ ଡିଭିଏଫ୍ ଯବାନ ସହିଦ ହୋଇଛନ୍ତି।</p> <p>ଗତକାଲି ସନ୍ଧ୍ୟାରେ ଡିଭିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍&nbsp; ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ଡିଭିଏଫ୍ ଯବାନ ସଂଜୟ ମାଝି ଗୁରୁତର ଆହତ ହୋଇଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।</p> <p>ସହିଦ ଯବାନଙ୍କ ଘର ରାୟଗଡ଼ା ଆମ୍ବଦଳା ଅଞ୍ଚଳରେ ବୋଲି ରାୟଗଡ଼ା ଏସ୍&zwnj;ପି କହିଛନ୍ତି।&nbsp; ସହିଦ ଯବାନଙ୍କ ମୃତଦେହକୁ ଏବେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରଖାଯାଇଛି।&nbsp; ସେଠାରୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ମୃତଦେହକୁ ନିଆଯାଇ ଗାର୍ଡ ଅଫ୍ ଅନର୍ ଦିଆଯିବ। ଏହାପରେ ଜନ୍ମମାଟିକୁ ଫେରିବ ସହିଦଙ୍କ ମରଶରୀର।</p>

Related story