ରାସ୍ତା ଉପରେ ଓଲଟି ପଡ଼ିଲା ବୋଲେରୋ

ଆନନ୍ଦପୁର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବୋଲେରୋଟି ରାସ୍ତା ଉପରେ ପୂରା ଓଲଟି ପଡ଼ିଥିଲା। ଗୁରୁତର ଥିବା ବ୍ୟକ୍ତିଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୋଲେରୋରେ ଚୋରା କାଠ ଚାଲାଣ କରାଯାଉଥିଲା। ତେବେ କେଉଁଥିପାଇଁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହେଲା ତାହା ଜଣାପଡ଼ିନି। ଦ୍ରୁତ ଗତି ଯୋଗୁଁ ବି ଏହା […]

accident

Jitendra Garnayak
  • Published: Monday, 24 September 2018
  • , Updated: 24 September 2018, 04:23 AM IST

ଆନନ୍ଦପୁର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ବୋଲେରୋଟି ରାସ୍ତା ଉପରେ ପୂରା ଓଲଟି ପଡ଼ିଥିଲା।

ଗୁରୁତର ଥିବା ବ୍ୟକ୍ତିଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବୋଲେରୋରେ ଚୋରା କାଠ ଚାଲାଣ କରାଯାଉଥିଲା। ତେବେ କେଉଁଥିପାଇଁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହେଲା ତାହା ଜଣାପଡ଼ିନି। ଦ୍ରୁତ ଗତି ଯୋଗୁଁ ବି ଏହା ହୋଇଥାଇପାରେ ବୋଲି କୁହାଯାଉଛି।

Related story