ଦୀପାବଳିରେ ବାଣ ନେଲା ୨ ଜୀବନ, ଆଉ ୫ ଗୁରୁତର

ଢେଙ୍କାନାଳ/କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଆଜି ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଥିବା ବେଳେ ବାଣ ନେଇଛି ୨ ଜୀବନ। ଆଉ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ୫ ଜଣଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। ରାଜ୍ୟର ତିନୋଟି ପୃଥକ ପୃଥକ ସ୍ଥାନରେ ଘଟିଛି ଏହି ଅଘଟଣ। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବରଦା ଗାଁରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ଯୁବକଙ୍କ […]

deadbody

deadbody

Jitendra Garnayak
  • Published: Thursday, 04 November 2021
  • Updated: 04 November 2021, 09:33 PM IST

ଢେଙ୍କାନାଳ/କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଆଜି ଆଲୋକର ପର୍ବ ଦୀପାବଳି ପାଳନ କରାଯାଉଥିବା ବେଳେ ବାଣ ନେଇଛି ୨ ଜୀବନ। ଆଉ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ୫ ଜଣଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। ରାଜ୍ୟର ତିନୋଟି ପୃଥକ ପୃଥକ ସ୍ଥାନରେ ଘଟିଛି ଏହି ଅଘଟଣ।

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବରଦା ଗାଁରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ଯୁବକଙ୍କ ନାଁ ମହେଶ୍ଵର ମହାରଣା (୨୫)। ଦୁଇ ଗୁରୁତର ହେଲେ ବୀରେନ ନାୟକ ଓ ପ୍ରସନ୍ନ ବ୍ରହ୍ମ।

ଏହି ୩ ଜଣ ଯୁବକ ବାଇକ ଯୋଗ ବାଣ ନେଇ ଘରକୁ ଫେରୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ସେମାନେ ବ୍ୟାଗ୍‌ରେ ବାଣ ନେଇ ଯାଉଥିଲେ ବୋଲି ଜଣାପଡ଼ିଛି।

ବିସ୍ଫୋରଣ ପରେ ସମସ୍ତଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମହେଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣଙ୍କର ଚିକିତ୍ସା ଚାଲିଛି।

ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଇଦାସପୁରରେ ବାଣ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିଙ୍କ ନାଁ କୃଷ୍ଣଚନ୍ଦ୍ର ନାୟକ। ସେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ବାଣ କିଣିବାକୁ ଆସିଥିବା ଜଣେ ଗ୍ରାହକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ବିସ୍ଫୋରଣରେ କୃଷ୍ଣଚନ୍ଦ୍ରଙ୍କ ଚାଳଛପର ଘର ମଧ୍ୟ ପୂରା ପୋଡ଼ି ପାଉଁଶ ହୋଇଯାଇଛି।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଖରିଅଣ୍ଟ ଗାଁରେ ବାଣ ଫୁଟାଇବା ବେଳେ ଦୁଇ ଜଣ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନେ ହେଲେ ଗାଁର ଭାସୁ ପଲାଇଙ୍କ ଦୁଇ ପୁଅ ପୁନିଆ ପଲାଇ ଓ ଅମର ପଲାଇ। ସେମାନଙ୍କ ହାତରେ ଗଭୀର ଆଘାତ ଲାଗିଛି। ସେମାନଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁନିଆ ଓ ଅମର ଯଥାକ୍ରମେ ଚତୁର୍ଥ ଓ ତୃତୀୟ ଶ୍ରେଣୀର ଛାତ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story