ଖେଳୁଥିବା ବେଳେ ପଡ଼ିଗଲା କାନ୍ଥ, ଚାଲିଗଲା ଜୀବନ

ଆସିକା (ଓଡ଼ିଶା ରିପୋର୍ଟର): ୭ ଜଣ ଶିଶୁ ଖେଳୁ ଥିଲେ। ଏହି ସମୟରେ ପଡ଼ିଗଲା କାନ୍ଥ। ଆଉ ଚାଲିଗଲା ଜଣଙ୍କ ଜୀବନ। ଅନ୍ୟମାନେ ଆହତ ହୋଇଛନ୍ତି। ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ। ଧରାକୋଟ ଥାନା ରାଶିବାଡ଼ି ରାମଚନ୍ଦ୍ରପୁର ଗାଁରେ ଏକ ଘର ନିକଟରେ ଆଜି ଏହି ଶିଶୁମାନେ ଖେଳୁଥିଲେ। ଏହି ସମୟରେ ଘରର ମାଟି କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। ଏହା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ତାକୁ ମାତ୍ର ୬ […]

Victim

Victim

Jitendra Garnayak
  • Published: Tuesday, 14 September 2021
  • Updated: 14 September 2021, 01:06 PM IST

ଆସିକା (ଓଡ଼ିଶା ରିପୋର୍ଟର): ୭ ଜଣ ଶିଶୁ ଖେଳୁ ଥିଲେ। ଏହି ସମୟରେ ପଡ଼ିଗଲା କାନ୍ଥ। ଆଉ ଚାଲିଗଲା ଜଣଙ୍କ ଜୀବନ। ଅନ୍ୟମାନେ ଆହତ ହୋଇଛନ୍ତି। ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ।

ଧରାକୋଟ ଥାନା ରାଶିବାଡ଼ି ରାମଚନ୍ଦ୍ରପୁର ଗାଁରେ ଏକ ଘର ନିକଟରେ ଆଜି ଏହି ଶିଶୁମାନେ ଖେଳୁଥିଲେ। ଏହି ସମୟରେ ଘରର ମାଟି କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। ଏହା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ତାକୁ ମାତ୍ର ୬ ବର୍ଷ ହୋଇଥିଲା। ଅନ୍ୟ ୬ ଶିଶୁଙ୍କୁ ଉଦ୍ଧାର କରାଯାଇ ଧରାକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos