ଆମ୍ବୁଲାନ୍ସ-ଟ୍ରକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଦୁଇ ଆହତ

ଦେବଗଡ଼ (ସିର୍ଦ୍ଧାଥ ଗୁରୁ): ଦେବଗଡ଼ ଜିଲ୍ଲା ପ୍ରଭାଶୁଣୀ ନିକଟରେ ୧୦୮ ଆମ୍ବୁଲାନ୍ସ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଆମ୍ବୁଲାନ୍ସ ଡ୍ରାଇଭର ରଞ୍ଜିତ ପ୍ରଧାନ। ଆହତମାନେ ହେଲେ ଫାର୍ମାସିଷ୍ଟ ଟିଟେନ୍ ଗଡ଼ନାୟକ ଓ ହେଲପର ରିପନ ପ୍ରଧାନ। ଆହତମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆଜି ଭୋର ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଆମ୍ବୁଲାନ୍ସଟି ବୁର୍ଲାରେ […]

ambulance

Jitendra Garnayak
  • Published: Wednesday, 17 April 2019
  • , Updated: 17 April 2019, 11:28 AM IST

ଦେବଗଡ଼ (ସିର୍ଦ୍ଧାଥ ଗୁରୁ): ଦେବଗଡ଼ ଜିଲ୍ଲା ପ୍ରଭାଶୁଣୀ ନିକଟରେ ୧୦୮ ଆମ୍ବୁଲାନ୍ସ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।

ମୃତକ ହେଲେ ଆମ୍ବୁଲାନ୍ସ ଡ୍ରାଇଭର ରଞ୍ଜିତ ପ୍ରଧାନ। ଆହତମାନେ ହେଲେ ଫାର୍ମାସିଷ୍ଟ ଟିଟେନ୍ ଗଡ଼ନାୟକ ଓ ହେଲପର ରିପନ ପ୍ରଧାନ। ଆହତମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଆଜି ଭୋର ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଆମ୍ବୁଲାନ୍ସଟି ବୁର୍ଲାରେ ରୋଗୀ ଛାଡ଼ି ଫେରୁଥିବା ବେଳେ ପ୍ରଭାଶୁଣୀ ନିକଟରେ ଟ୍ରକ୍‌ ସହ ଧକ୍କା ହୋଇଥିଲା।

Related story