ମହୁମାଛି ଆକ୍ରମଣରେ ଜଣେ ମୃତ, ୩ ଆହତ

ମୋହନା(ମିହିର ଜତି): ବଣଭୋଜି ବେଳେ ମହୁମାଛି ଆକ୍ରମଣରେ ଜଣକର ମୃତ୍ୟୁ ଘଟିଛି। ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ମାଙ୍କଡଡିଆଁ ପର୍ଯ୍ୟଟନ ସ୍ଥଳୀରେ। ମୃତକ ହେଲେ ସଞ୍ଜୁ ମହାରଣା। ଆହତମାନଙ୍କୁ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଅନନ୍ତ ମହାରଣା, କାହ୍ନା ମହାରଣା ଓ ସୁଶାନ୍ତ ।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ବିରମେଖପୁର ଗାଁର ୭ ଜଣ ଯୁବକ ମାଙ୍କଡ଼ଡିଆଁକୁ ବଣଭୋଜି କରିବାକୁ ଯାଇଥିଲେ। ସେହି ସମୟରେ ୪ ଜଣ ଯୁବକଙ୍କୁ ଏକ ଗଛରେ ଥିବା ମହୁଫେଣାରୁ ମହୁମାଛି ଆକ୍ରମଣ କରିଥିଲା। ଆଜି ସକାଳେ  ପୋଲିସ ପାଣି ଭିତରୁ ସଞ୍ଜୁଙ୍କ  ମୃତଦେହ ଉଦ୍ଧାର କରିଛି। ଏନେଇ ପୋଲିସ ଘଟଣାର ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।