ବଜ୍ରପାତରେ ଗୋରୁ ଜଗାଳି ସମେତ ୫୭ ଗୋରୁ ଓ ଛେଳି ମୃତ

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ପାହାଡ଼ରେ ଗୋରୁ ଚରାଉଥିଲେ। ହେଲେ ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ଛାଇଗଲା। ଘନଘନ ଘଡ଼ଘଡ଼ି ମାରିଲା। ଜୀବନ ବିକଳରେ ଗୋରୁ ଧରି ପାହାଡ଼ରୁ ତଳକୁ ଆସିବାକୁ ଚେଷ୍ଟା କରୁଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଭିନ୍ନ। ବଜ୍ରପାତ ନେଲା ଗୋରୁ ଜଗାଳିଙ୍କ ଜୀବନ। ଏଥିସହ ସେ ଚରାଇବାକୁ ଆଣିଥିବା ୫୭ ଗୋରୁ ଓ ଛେଳିଙ୍କ ଜୀବନ ମଧ୍ୟ ବଜ୍ରପାତରେ ଯାଇଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଂଚାୟତର […]

hill

hill

Niranjan Mishra
  • Published: Wednesday, 03 August 2022
  • Updated: 03 August 2022, 06:36 PM IST

Sports

Latest News

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ପାହାଡ଼ରେ ଗୋରୁ ଚରାଉଥିଲେ। ହେଲେ ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ଛାଇଗଲା। ଘନଘନ ଘଡ଼ଘଡ଼ି ମାରିଲା। ଜୀବନ ବିକଳରେ ଗୋରୁ ଧରି ପାହାଡ଼ରୁ ତଳକୁ ଆସିବାକୁ ଚେଷ୍ଟା କରୁଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଭିନ୍ନ। ବଜ୍ରପାତ ନେଲା ଗୋରୁ ଜଗାଳିଙ୍କ ଜୀବନ। ଏଥିସହ ସେ ଚରାଇବାକୁ ଆଣିଥିବା ୫୭ ଗୋରୁ ଓ ଛେଳିଙ୍କ ଜୀବନ ମଧ୍ୟ ବଜ୍ରପାତରେ ଯାଇଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଂଚାୟତର ଜୁମଡାଙ୍ଗ ଗ୍ରାମରେ ଏହି ଅଭାନୀୟ ଘଟଣା ଘଟିଛି। ଗତକାଲି ଏହି ଘଟଣା ଘଟିଥିବା ବେଳେ ଆଜି ଲୋକଲୋଚନକୁ ଆସିଛି। ମୃତକ ଜଣକ ସ୍ଥାନୀୟ ଗ୍ରାମର ସନ୍ନ୍ୟାସୀ ରାଓ ହନ୍ତାଳ(୪୦)।

ସୂଚନା ମୁତାବକ, ପ୍ରତ୍ୟେକ ଦିନ ଗ୍ରାମର ଜଣେ ବ୍ୟକ୍ତି ପାଳିକରି ଗୋରୁ ଚରାଇବା ନିମନ୍ତେ ଜଙ୍ଗଲକୁ ନେଇ ଯାଇଥାନ୍ତି। ଅନ୍ୟ ଗ୍ରାମବାସୀମାନେ ସେମାନଙ୍କ ମୂଲମଜୁରୀ କାମ କରନ୍ତି। ଗତକାଲି ସନ୍ନ୍ୟାସୀଙ୍କ ଗୋରୁ ଚରାଇବା ପାଳି ଥିଲା। ତେଣୁ ସେ ଗୋରୁ ନେଇ ଗାଁ ନିକଟ ପାହାଡ଼କୁ ଯାଇଥିଲେ।

ହେଲେ ବଜ୍ରାଘାତରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଜୁମଡାଙ୍ଗ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି। ସରକାରୀ ବ୍ୟବସ୍ଥା ମୁତାବକ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story