ସରବତ ପିଇ ଅସୁସ୍ଥ ଘଟଣା: ଦୋକାନୀ ଗିରଫ

ସାଲେପୁର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ସାଲେପୁରର ରାଇସୁଙ୍ଗୁଡା ଗାଁରେ ସରବତ ପିଇ ୧୮୨ ଜଣ ଅସୁସ୍ଥ ହେବା ଘଟଣାରେ ସରବତ ଦୋକାନୀ ପ୍ରଭାକର ରାଉତଙ୍କୁ ପୋଲିସ ଗିରଫ କରିଛି। ତାଙ୍କୁ ଢେଙ୍କାନାଳ ରେଳ ଷ୍ଟେସନ୍‌ରୁ ଗିରଫ କରାଯାଇଛି ।

ଗତ ବୁଧବାର ସ୍ଥାନୀୟ ସ୍ୱପ୍ନେଶ୍ୱର ମନ୍ଦିରରେ ଜାଗର ଯାତ୍ରା ଅବସରରେ ରାଇସୁଙ୍ଗୁଡା ଗାଁର କିଛି ଲୋକ ସରବତ ପିଇବା ପରେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ।  ରାତିରେ ଝାଡାବାନ୍ତି ହେବାରୁ ସେମାନଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସାଲେପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସେମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଏବେ ବି ବିଭିନ୍ନ ଡାକ୍ତରଖାନାରେ ଅନେକ ଚିକିତ୍ସିତ ହେଉଛନ୍ତି।